ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

୧୬ ଗ୍ରାମ୍ ହେରୋଇନ୍ ସହ ହିରୋ ମୋଟର ସାଇକେଲ ଓ ୩ ମୋବାଇଲ ଜବତ୍

ରାଉରକେଲା ୬/୩, ଆଜି ସକାଳେ ପ୍ଲାଣ୍ଟସାଇଟ୍ ଥାନାର ସବ୍ – ଇନିସପେକ୍ଟର ଏସ୍ ପଣ୍ଡା ଦିନର ପେଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ଆଧାରରେ ବଣିଆ ଗେଟ୍ ନିକଟରୁ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ଗୋଟିଏ ଏଚ୍ଏଫ୍ ଡିଲକ୍ସ ହିରୋ ମୋଟର ସାଇକେଲ (ଓଡି ୧୪କ୍ଯୁ ୧୫୨୧)ରେ ୧୬ ଗ୍ରାମ୍ ହେରୋଇନ୍ ଧରି, ରାଉରକେଲାର ବିଭିନ୍ନ ସ୍ଥାନରେ ଥିବା ଡିଲରଙ୍କୁ ବଣ୍ଟନ କରିବାକୁ ଯାଉଥିଲେ।

          ଗିରଫ ହୋଇଥିବା ଡ୍ରଗ୍ସ କାରବାରୀଙ୍କ ମଧ୍ୟରେ ନାଲା ରୋଡର ସୋଫିକ୍ ଓରଫ କାମରନ୍ ଖାନ୍ (୩୬ ବର୍ଷ), ଚୋଡୁ ଓରଫ୍ ସଇଫ୍ ଅଲ୍ଲୀ (୨୮ ବର୍ଷ) ଏବଂ ବାବନ୍ ଓରଫ୍ ଏମ୍ ଡି ଆରିଫ୍ (୩୬ ବର୍ଷ)। ୩ ଅଭିଯୁକ୍ତଙ୍କ ନିକଟରୁ ୧୫ ଗ୍ରାମ୍ ୫୮ ମିଲିଗ୍ରାମ ହେରୋଇନ୍ ସହ ଗୋଟିଏ ଏଚ୍ଏଫ୍ ଡିଲକ୍ସ ହିରୋ ମୋଟର ସାଇକେଲ (ଓଡି ୧୪କ୍ଯୁ ୧୫୨୧) ଏବଂ ୩ଟି ମୋବାଇଲ ଫୋନ ଜବତ୍ କରାଯାଇଛି। ୩ ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର ୧୫୭ ରୁଜୁ କରାଯିବା ସହ ଏନଡିପିଏସ୍ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି। ଏଠାରେ ସ୍ମରଣଯୋଗ୍ଯ ଯେ ପୂର୍ବରୁ ଅଭିଯୁକ୍ତ ବାବନ୍ ଓରଫ୍ ଏମ୍ ଡି ଆରିଫ୍ ନାମରେ ପ୍ଲାଣ୍ଟସାଇଟ୍ ଥାନାରେ ୨୦୦୮ର କେସ୍ ନମ୍ବର ୨୨୦ ରହିଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଥାନା ସଙ୍କରପଳା ଗ୍ରାମରେ ୩ ଜଣଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଦୁର୍ବୁତ୍ତ ଫେରାର

masiha

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

Sunil Chandra Nayak

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

Leave a Comment

error: Content is protected !!