ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ୬ ବର୍ଷର ନାବାଳକ ମୃତ 

ପାଣିରେ ବୁଡି ୬ ବର୍ଷର ନାବାଳକ ମୃତ 

ଡାବୁଗାଁ, ୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବିଜାପୁର ନିକଟ ଗୁଚାଗୁଡା ଗ୍ରାମରେ ପାଣିରେ ବୁଡି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ନେଇ ଗୁରୁବାର ରାତିରେ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ବିଜାପୁର ନିକଟ ଗୁଚାଗୁଡା ଗ୍ରାମର ଦଇନୁ ଭତ୍ରା ଙ୍କ ଶିଶୁ ପୁତ୍ର ଦୂର୍ଯ୍ୟ ଭତ୍ରା (୬) ଗୁରୁବାର ଅପରାହ୍ନରେ ସାଙ୍ଗ ପିଲା ମାନଙ୍କ ସହ ଗ୍ରାମ ପାଖ ପୋଖରୀକୁ ଯାଇଥିଲା | ସେଠାରେ ଶୌଚ ସମୟରେ ଦୂର୍ଯ୍ୟ ର ଗୋଡ ଖସି ଯିବାରୁ ଗଭୀର ପାଣି ରେ ବୁଡି ଯାଇଥିଲା | ସାଙ୍ଗରେ ଥିବା ପିଲା ମାନେ ପାଟି କରିବା ସହ ଦୂର୍ଯ୍ୟର ପରିବାର ଲୋକଙ୍କୁ ଆସି ଖବର ଦେଇଥିଲା | ଏହାପରେ ପରିବାର ଲୋକ ଙ୍କ ସହ ଗ୍ରାମବାସୀ ମାନେ ପୋଖରୀ ପାଖରେ ପହଞ୍ଚି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ଓ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ପରେ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ପାଣିରେ ଖୋଜାଖୋଜି କରି ଦୂର୍ଯ୍ୟ କୁ ଉଦ୍ଧାର କରି ଆଣି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ରାତିରେ ମୃତ ଶିଶୁର ମା ଚମ୍ପା ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଶୁକ୍ରବାର ସକାଳୁ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ମୃତ ଦେହ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦକରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମ କରୁଥିବାବେଳେ ସାତ ମହଲାରୁ ଖସିପଡିଲେ   ରାଜକୋଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଫେରିପାରୁନି ଶବ 

masiha

ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

masiha

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

masiha

Leave a Comment

error: Content is protected !!