ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଓ ଏନ ଏ ସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ବ୍ଲକ ଓ ଏନ ଏ ସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ 

ଜୁନାଗଡ଼, ୭/୩(ମନୀ ସ)-କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମ ରେ ନିପୁଣ ଭାରତ ମେଳା ସ୍ଥାନୀୟ ହିଞ୍ଜିଳିବାହିଲି ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ନିପୁଣ ଭାରତ ନୂତନ ଶିକ୍ଷାନୀତି ୨୦୨୦ ର ଏକ ଅଂଶ ବିଶେଷ l ୨୦୨୬-୨୭ବର୍ଷ ସୁଦ୍ଧା ତୃତୀୟ ଶ୍ରେଣୀ ସମାପ୍ତ ବେଳକୁ ମୌଳିକ ସାକ୍ଷ୍ୟରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ହେଉଛି ନିପୁଣ ଓଡିଶା ର ମୂଳ ଲକ୍ଷ୍ୟ l ଜୁନାଗଡ଼ ବ୍ଲକ ର ସମସ୍ତ ୧୬ ଗୋଟି କ୍ଲଷ୍ଟର ରୁ ସ୍ୱଳ୍ପ ମୂଲ୍ୟ ଓ ବିନା ମୂଲ୍ୟ ର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା l ସେଥି ମଧ୍ୟରୁ ବ୍ରାହ୍ମଣୀଗୁଡା କ୍ଲଷ୍ଟର ର ତେନ୍ତୁଳୀଖୁଣ୍ଟି ଉପ୍ରା ବିଦ୍ୟାଳୟ ପ୍ରଥମ, ବଣିଜରl କ୍ଲଷ୍ଟର ର କୋଟେନ ପ୍ରାଥମିକ ବିଦ୍ୟାଳୟ ଦ୍ୱତୀୟ, ଓ ଛୋରିଆଗଡ଼ କ୍ଲଷ୍ଟର ର ମୋହନ ପଡା ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସମସ୍ତ ପ୍ରତିଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l 

ଏଥିପାଇଁ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସୁଶାନ୍ତ କୁମାର ଠାକୁର ବି ଆର ସି ସି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବି ଇ ଓ ଜୁନାଗଡ଼ ତପନ ମାଝୀ, ସନମାନିତ ଅତିଥି ଭାବେ ଶିକ୍ଷୟତ୍ରୀ ପ୍ରଶିକ୍ଷିକା ସୁଶ୍ରୀ ସୁନିତା ଦୁର୍ଗା, ଏ ବି ଇ ଓ ଜୁନାଗଡ଼ କ୍ଷୀରୋଦ ଭୋଇ, ପ୍ରଧାନ ଶିକ୍ଷକ କାର୍ଲି ସରୋଜ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ତେନ୍ତୁଳୀଖୁଣ୍ଟି ମକରଧ୍ଵଜ ରାଉତ, ଏନ ଏ ସି ସି ଆର ସି ସି ନୀଳାଞ୍ଚଳ ନାଗ ଉପସ୍ଥିତ ରହି ଉଦବୋଧନ ଦେଇ ଥିଲେ l 

ସେହିପରି ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ରେ ବି ଇ ଓ ତପନ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ପ୍ରଶିକ୍ଷକ ଡି ଆଇ ଇ ଟି ଈଶ୍ୱର ଚନ୍ଦ୍ର ବେହେରା, ସନମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷା ହିମାଦ୍ରୀ ନାଏକ, ଓକିଲ ସଙ୍ଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼, ଶିକ୍ଷକ ପ୍ରଶିକ୍ଷିକା ସୁଶ୍ରୀ ସୁନିତା ଦୁର୍ଗା, ବି ଆର ସି ସି ସୁଶାନ୍ତ କୁମାର ଠାକୁର,ୱାର୍ଡ ସଭ୍ୟ ଗୋପାଳ ଚନ୍ଦନ ଯୋଗ ଦେଇ ଉଦବୋଧନ ଦେଇଥିଲେ l ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ମାଲିଗୁଡା ସୂର୍ଯ୍ୟ ନାରାୟଣ ଠାକୁର କରିଥିବା ବେଳେ ସରୋଜ କୁମାର ପଣ୍ଡା, ଯୀଶୁରାମ ଗୋପାଳ, ନିକିତା ସାହୁ ଓ ଜୁନାଗଡ଼ ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୃନ୍ଦ ସହଯୋଗ କରିଥିଲେ l ସଭା ଶେଷରେ ପ୍ରଧାନ ଶିକ୍ଷକ ମକରଧ୍ୱଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

masiha

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ 

masiha

Leave a Comment

error: Content is protected !!