ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ 

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ 

ନବରଙ୍ଗପୁର:(ତା ୮.୩.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା” ସୁଭଦ୍ରା ଯୋଜନା”ର ଦ୍ୱିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ ସମାରୋହ ରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ମାନ୍ୟବର ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଓ ବିଜେପି ଜିଲ୍ଳା ସଭାପତି କୁଞ୍ଜ ବିହାରୀ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ମାନ୍ୟବର ମନ୍ତ୍ରୀ ସମାରୋହ କୁ ସମ୍ବୋଧିତ କରି ମହିଳାମାନେ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଓଡ଼ିଶା ଇତିହାସର ସର୍ବବୃହତ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ “ସୁଭଦ୍ରା”ର ଦ୍ୱିତୀୟ କିସ୍ତି ସହାୟତା ଅର୍ଥ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ବ୍ରହ୍ମପୁର ଠାରେ ଆୟୋଜିତ “ସୁଭଦ୍ରା ଯୋଜନା ” ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦ୍ଵିତୀୟ କିସ୍ତି ଅର୍ଥ ରାଶି ପ୍ରଦାନକୁ ଭୂୟସୀ ପ୍ରଶଂସା କରିବା ସହ ଏହାଦ୍ବାରା ମହିଳା ସଶକ୍ତିକରଣ ର ଏକ ନୂତନ ଯୁଗ ଆରମ୍ଭ ହେଲା ବୋଲି କହିବା ସହ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସଂପୃକ୍ତ ପ୍ରଶାସନିକ ଅଧିକାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏସ ଏଚ୍ ଜି ସଭ୍ୟା,ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର, ସପୋର୍ଟ ଷ୍ଟାଫ କୁ ଧନ୍ୟବାଦ୍ ଦେଇଥିଲେ।ପ୍ରକାଶ ଥାଉ କି ଆଜି ବ୍ରହ୍ମପୁର ଆମ୍ବପୁଆ ଠାରେ ଅନୁଷ୍ଠିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନା ଦ୍ଵିତୀୟ କିସ୍ତି ଅର୍ଥ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ବ ମହିଳା ହିତାଧିକାରୀଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ରେ ଡି ବି ଟି ମାଧ୍ୟମରେ ପ୍ରାୟ ୫୦୦୦ କୋଟି ଟଙ୍କା ଜମା କରାଯାଇଛି।ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ୍ ଓ ୨ ଟି ମ୍ୟୁନିସିପାଲଟି ଅଞ୍ଚଳର ୨,୮୫,୯୫୨ ଜଣ ମହିଳା ହିତାଧିକାରୀ ଙ୍କ ଖାତା କୁ ପ୍ରତ୍ୟେକ ୫୦୦୦ ଟଙ୍କା ଦ୍ୱିତୀୟ କିସ୍ତି ଅର୍ଥ ରାଶି ଆଜି ଜମା ହୋଇଛି।ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ, ଏସ ଏଚ ଜି ସଭ୍ୟା,ମହିଳା ହିତାଧିକାରୀ ଙ୍କ ସହ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

Leave a Comment

error: Content is protected !!