ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମରୂଦ୍ୟାନର କବିତା 

 ମରୂଦ୍ୟାନର କବିତା 

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ସେ ଆସିଥିଲା-

  କେବେ ଥରେ ମ୍ଳାନ-ଅପରାହ୍ନେ

      ଆକାଶ-ଅଙ୍ଗନେ

        ଡିବିଡିବି ଡମ୍ବରୁ ବଜାଇ

           ସେ ଆସିଥିଲା-

               ମହାର୍ଘ ଭୂଷଣେ ।।

 

ସେ ଆସିଥିଲା-

  ପ୍ରାଣେପ୍ରାଣେ ପୁଲକ ଜଗାଇ

    ଆଶା-ଆଶାଆଶ୍ବାସନାର

       ଫୁଲ ବି ଫୁଟାଇ ।।

 

ସେ ଆସିଥିଲା-

  ଧରିତ୍ରୀର ଉଷର-ବୁକୁରେ

     ସବୁଜିମା ଭରିଦେବା ପାଇଁ ।।

 

କିନ୍ତୁ ସେ ଆସିବି ଆସିଲା ନାହିଁ

  ଫେରିଗଲା ଅଧପଥ-ପ୍ରାନ୍ତୁ

     ପ୍ରାଣେପ୍ରାଣେ-

        ହତାଶାରବ୍ୟଥା ଭରିଦେଇ ।।

 

ଏ ମଣିଷ……

   ଯେମିତିକି କଥା ଦେଇ

       କଥା ରଖେନାହିଁ ।।

 

ସେହିଦିନୁ ଯାଇଛି ସେ

   ଯାଇଛି ଯେ

      ଆଉ ଦିନେ ଦେଖା ବି ଦେଉନି

         ତା ଆସିବା ପଥ ଚାହିଁ ଚାହିଁ

            ଆଖିର ବି ପଲକ ପଡ଼ୁନି।।

 

ତା ବିହୁନେ…….

  କଛପର ପିଠିପରି

    ବସୁମାତା ଠକରା ହେଲାଣି

       ଜୀବଜନ୍ତୁ ଅଥୟ ହେଲେଣି ।

ତା ବିହୁନେ……

  ମୟୂରୀର ସରାଗ ମଲାଣି

    ଫୁଲ ଫଳ ବିନା-

      ବୃକ୍ଷଲତାବନ୍ଧ୍ୟା ହୋଇଲେଣି।।

 

ତା ବିହୁନେ…….

  କୃଷକର ଅଧରରୁ

     ଫୁଟେ ନାହିଁ ମୁକୁତାର ହସ

        ଶୁଭେନାହିଁ ପକ୍ଷୀଙ୍କର

           ମଧୁର-କାକଳୀ ।।

 

କବିଙ୍କ ଲେଖନୀ ମୂନ

  ହୋଇଯାଏ ସ୍ଥିର ଓ ଅବଶ

    ଧୂ…ଧୂ….ଶୂନ୍ୟତାରେ

      ଖାଁ ଖାଁ ମାଡି଼ଆସେ

        ମରୁଡ଼ି ରାକ୍ଷସ ।।

       

କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର।ଭଦ୍ରକ।

 

Related posts

ନୀଳଗିରି ପୁଲିସର ଜୁଲମକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧିଙ୍କ ତୀବ୍ର ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଧସିଲା ପୋଲ ନିକଟ ମାଟି 

Sunil Chandra Nayak

Leave a Comment

error: Content is protected !!