ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମରୂଦ୍ୟାନର କବିତା 

 ମରୂଦ୍ୟାନର କବିତା 

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ସେ ଆସିଥିଲା-

  କେବେ ଥରେ ମ୍ଳାନ-ଅପରାହ୍ନେ

      ଆକାଶ-ଅଙ୍ଗନେ

        ଡିବିଡିବି ଡମ୍ବରୁ ବଜାଇ

           ସେ ଆସିଥିଲା-

               ମହାର୍ଘ ଭୂଷଣେ ।।

 

ସେ ଆସିଥିଲା-

  ପ୍ରାଣେପ୍ରାଣେ ପୁଲକ ଜଗାଇ

    ଆଶା-ଆଶାଆଶ୍ବାସନାର

       ଫୁଲ ବି ଫୁଟାଇ ।।

 

ସେ ଆସିଥିଲା-

  ଧରିତ୍ରୀର ଉଷର-ବୁକୁରେ

     ସବୁଜିମା ଭରିଦେବା ପାଇଁ ।।

 

କିନ୍ତୁ ସେ ଆସିବି ଆସିଲା ନାହିଁ

  ଫେରିଗଲା ଅଧପଥ-ପ୍ରାନ୍ତୁ

     ପ୍ରାଣେପ୍ରାଣେ-

        ହତାଶାରବ୍ୟଥା ଭରିଦେଇ ।।

 

ଏ ମଣିଷ……

   ଯେମିତିକି କଥା ଦେଇ

       କଥା ରଖେନାହିଁ ।।

 

ସେହିଦିନୁ ଯାଇଛି ସେ

   ଯାଇଛି ଯେ

      ଆଉ ଦିନେ ଦେଖା ବି ଦେଉନି

         ତା ଆସିବା ପଥ ଚାହିଁ ଚାହିଁ

            ଆଖିର ବି ପଲକ ପଡ଼ୁନି।।

 

ତା ବିହୁନେ…….

  କଛପର ପିଠିପରି

    ବସୁମାତା ଠକରା ହେଲାଣି

       ଜୀବଜନ୍ତୁ ଅଥୟ ହେଲେଣି ।

ତା ବିହୁନେ……

  ମୟୂରୀର ସରାଗ ମଲାଣି

    ଫୁଲ ଫଳ ବିନା-

      ବୃକ୍ଷଲତାବନ୍ଧ୍ୟା ହୋଇଲେଣି।।

 

ତା ବିହୁନେ…….

  କୃଷକର ଅଧରରୁ

     ଫୁଟେ ନାହିଁ ମୁକୁତାର ହସ

        ଶୁଭେନାହିଁ ପକ୍ଷୀଙ୍କର

           ମଧୁର-କାକଳୀ ।।

 

କବିଙ୍କ ଲେଖନୀ ମୂନ

  ହୋଇଯାଏ ସ୍ଥିର ଓ ଅବଶ

    ଧୂ…ଧୂ….ଶୂନ୍ୟତାରେ

      ଖାଁ ଖାଁ ମାଡି଼ଆସେ

        ମରୁଡ଼ି ରାକ୍ଷସ ।।

       

କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର।ଭଦ୍ରକ।

 

Related posts

ଜୁନାଗଡ଼ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୩୧ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

ଭାରତୀୟ ନୌସେନାର ଜାହାଜ ବିଧ୍ୱଂସୀ ମିସାଇଲର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!