ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ;୧୨୦ ପଞ୍ଜିକୃତ ମାମଲାରୁ ୬୦ ଟି ତୁରନ୍ତ ଫଇସଲା

ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ;୧୨୦ ପଞ୍ଜିକୃତ ମାମଲାରୁ ୬୦ ଟି ତୁରନ୍ତ ଫଇସଲା

ମୟୂରଭଞ୍ଜ- ୮/୦୩ // ରାଇରଙ୍ଗପୁର ସିଭିଲ କୋର୍ଟ ପରାମର୍ଶରେ ଆଜି ଶନିବାର ଦିନ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଜେ କୋର୍ଟରେ ୧୬ ଟି କେଶ ମଧ୍ଯରୁ ମୋଟର ଭେଇକିଲ କେଶ ୧୫ ଟି ଏବଂ କ୍ରିମିନାଲ କେଶରୁ ୧ ଟି ରୁ ଶୁଣାଣି ହୋଇଥିବାବେଳେ କେଵଳ କ୍ରିମିନାଲ କେଶର ଫଇସଲା କରା ଯାଇଥିଲା ।ସେହିଭଳି ସିନିଅର ସିଭିଲ ଜଜ୍ କୋର୍ଟରେ ୪୧ ଟି ମାମଲାରୁ ମନି ରିକୋଭରି ୧୨ ଟିରୁ ୨ ଟି ମାମଲାର ଫଇସଲା,ବୈବାହିକ ୭ ଟି ମାମଲା, ଏବଂ ଅନ୍ୟ ସିଭିଲ କେଶ ୨୨ ଟି ମାମଲାରୁ ୧ ଟି ଫଇସଲା କରାଯାଇଛି ।

   ସେହିଭଳି ଏସଡିଜିଏମ କୋର୍ଟରେ ୫୫ ଟି ମାମଲାରୁ ଏନଆଇ ଏକ୍ଟର ୩ ଟି ମାମଲା ମଧ୍ୟରୁ ୨ ଟି ଫଇସଲା, ବୈବାହିକ ମାମଲା ୨ ଟିରୁ ୨ ଟି ଫଇସଲା ଏବଂ ୫୦ ଟି କ୍ରିମିନାଲ କେଶରୁ ୫୦ ଟି ଫଇସଲା କରାଯାଇଛି ।ସେହିଭଳି ଜେଏମଏଫସି କୋର୍ଟରେ ୮ ଟି ମାମଲାରୁ କ୍ରିମିନାଲ କେଶ ୩ ଟି ଥିଲା । ବୈବାହିକ ବିବାଦୀୟ ମାମଲା ୫ ଟିରୁ ୨ ଟି ଫଇସଲା କରାଯାଇଥିଲା । ସମୁଦାୟ ୧୨୦ ଟି ମାମଲାରୁ ୬ଠ ଟି ଫଇସଲା କରାଯାଇଛି । ଏଥିରେଏଡିଜେ ଡଃ ଭି ସୁଜାତାଙ୍କ ସମେତ ସବଜଜ୍ ଆଲୋକ ପଣ୍ଡା,ଏସଡିଜିଏମ ମନୀନ୍ଦ୍ର ଭୂଷଣ ସାହୁ ,ଜେଏମଏଫସି ଚେତନା ପଟ୍ଟନାୟକ , ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ଏବଂ କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ, ବଟକୃଷ୍ଣ ମହାନ୍ତି, ଜୀତେନ୍ଦ୍ର ମହାନ୍ତ,ଦୀନେଶ ସର୍ଦ୍ଦାର,ଭୋଳାନାଥ ସିଂ,କମଲେଶ ଵଳ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

masiha

କାମାକ୍ଷାନଗରରେ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା 

masiha

Leave a Comment

error: Content is protected !!