ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

ନବରଙ୍ଗପୁର:(୧୧|୩)(ରବି ନାରାୟଣ ମହାନ୍ତି)ଖୁବଶୀଘ୍ର ସମର୍ଥନଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ l ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ତାଙ୍କ ଅତ୍ୟନ୍ତ ନିକଟତମ ସୂତ୍ରରୁ ସୂଚନା ମିଳିଛି l ବିବାହକୁ ନେଇ ବାରମ୍ବାର ପ୍ରଶ୍ନକୁ ଟାଳି ଆସୁଥିଲେ ପ୍ରଦୀପ l ଶେଷରେ ସବୁ ଚର୍ଚ୍ଚା ଓ ଆଲୋଚନାର ବିଶ୍ରାମ ଘଟିଛି l ଆସନ୍ତା ୧୨ ରେ ତାଙ୍କର ହାତଗଣ୍ଠି ପଡିବ ବୋଲି ଜଣାପଡିଛି l ଭାବି ଜୀବନ ସାଥି କେନ୍ଦ୍ରପଡା ଅଞ୍ଚଳର ହୋଇଥିବା ବେଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଇଛି l ତେବେ ବିବାହର ସେହି ସ୍ମରଣୀୟ ମୁହୂର୍ତ୍ତ ଦୁଇ ପରିବାର ଏବଂ ଅଳ୍ପ କିଛି ଘନିଷ୍ଠ ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ସମ୍ପନ୍ନ ହେବ l ଏଥିପାଇଁ ଗୋଆରେ ସମସ୍ତ ଆୟୋଜନ ଶେଷ ହୋଇଯାଇଛି l ଆସନ୍ତାକାଲି ଉଭୟ ପରିବାର ଗୋଆରେ ପହଁଞ୍ଚିବା ପରେ ବିବାହର ବିଭିନ୍ନ ରୀତି ଆରମ୍ଭ ହେବ ବୋଲି ଖବର ମିଳିଛି l ଗଣମାଧ୍ୟମରେ ଏହି ବହୁ ପ୍ରତିକ୍ଷିତ ବିବାହକୁ ନେଇ ଚର୍ଚା ଆରମ୍ଭ ହୋଇଥିଲେ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ l ପ୍ରଦୀପଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

masiha

କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

Sunil Chandra Nayak

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

Leave a Comment

error: Content is protected !!