ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

ଯୋଡ଼ା:-ରାଜ୍ୟର ଯୋଡ଼ା ଖଣିବାସୀଙ୍କ ଖଣିବିଭାଗ ଦ୍ବୟର ଖଣି-ଅଫିସରଙ୍କ ପେସାରେ କଳଙ୍କର କଳା’ଦାଗ ଲଗାଇଛି ଯୋଡ଼ା ଡ଼ିଡ଼ିସିଏ।ଘଟଣା ଏବେ “ଚୋରୀ ପେ-ସିନା’ଚୋରୀ”ଠାରୁ ବଳିଗଲାଣି ବୋଲି ଘଟଣା ବିଭାଗରୁ ପ୍ରଘଟ ହୋଇ, ସମଗ୍ର ଅଞ୍ଚଳ ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଲାଗିଛି ଯେ ଏହି ଖଣି-ଅଫିସର ପ୍ରୟୋଗଶାଳା’ଗୁଡା କଳଙ୍କର ଦାଗ ନୁହଁ, ବରଂ କଳଙ୍କର ଇତିହାସ ସୃଷ୍ଟି କରିବାରେ ଲାଗିଛନ୍ତି କେବଳ ମୁରବୀଙ୍କ ଅପାରଗତା ନିମନ୍ତେ ବୋଲି ଜଣାପଡିଛି। ଯେତେବେଳେ ପ୍ରୟୋଗଶାଳାର ଡ଼ିଡ଼ିସିଏ’ର ଦୁର୍ନୀତି ଖଣି-ଅଞ୍ଚଳରୁ ଖବର ବ୍ୟାପକ ହୋଇ, ରାଜଧାନୀ ଖଣି-ନିର୍ଦ୍ଧେଶଳୟରେ ଲଜ୍ୟାଜନକ ପରିସ୍ଥିତି ଆଲୋଚନା ଚକ୍ର ପାଲିଟିଛି ବୋଲି ଜଣାପଡେ। ତେବେ ଦାୟତ୍ୱବାନ ଅଫିସରଙ୍କ ସମ୍ପୂର୍ଣ୍ଣ ସହାୟତାରେ ଯୋଡ଼ା ପ୍ରୟୋଗଶାଳାର ଦୁର୍ଦାନ୍ତ ଡ଼ିଡ଼ିସିଏ ସୋରେନକୁ ମୁରଲୀ ଏବଂ ସସ୍ମିତା ଓ ଟ୍ରେ-ଚୋର’ଟିମ ସରକାରଙ୍କ ଲୁହାପଥର ଗ୍ରେଡ଼ସ୍କାମ କରିବା ଏଯାଏ ସଫଳ ହୁଅନ୍ତି ବୋଲି ଏହାକୁ ବିଭିର୍ଣ୍ଣ ମହୋଲରୁ ନାପସନ୍ଦ ଆସିବାରେ ଲାଗିଥିବା ବେଳେ ରାଜ୍ୟ ଆଗରେ ସଙ୍କଟର ବିରାଟ ପ୍ରଶ୍ନ ତିଆରି କରିଛି।ତେବେ ଗ୍ରେଡ଼’ସ୍କାମ କରିବା ନିମନ୍ତେ ନାନାଦି ଭ୍ରମାତ୍ମକ ଦିଗ ସୃଷ୍ଟି କରୁଥିବା ପ୍ରୟୋଗଶାଳାର ଏହି ତିନି ଦୁର୍ଦାନ୍ତ ଏବେ ଦୁର୍ନୀତିର ଚରମସୀମା ଲଙ୍ଘି, ବିଭାଗ ନିକଟକୁ ଲାଗିକରି ଥିବା ଖଣି-ବିଭାଗର ନିଜସ୍ୱ ମାଇନିଙ୍ଗ କଲୋନୀ ମଧ୍ୟରେ ଥିବା ସରକାରୀ ଡ଼ିଡ଼ିସିଏ କ୍ୱାଟର୍ସରେ ପୂର୍ବ’ପ୍ରସ୍ତୁତ ଡୁପ୍ଲିକେଟ ଲୁହାପଥର ନମୁନା ଗୁଣ୍ଡ(ମାଟି/ବାଲି ଗୁଣ୍ଡ)ପ୍ରସ୍ତୁତକୁ ଦିନ’ତମାମ ବୋହିବା ହେଉଛି ପ୍ରୟୋଗଶାଳାକୁ ବୋଲି ବହୁ ପ୍ରତ୍ୟକଦର୍ଶୀ ନଜର ବାଦ ନପଡ଼ିଥିବା ବେଳେ ଘଟଣା ଏବେ ପ୍ରଘଟ ହେବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରେ।ତେବେ ରାଜ୍ୟର ଯୋଡ଼ା ଏବଂ କୋଇଡା ଖଣି-ମଣ୍ଡଳର ଉଚ୍ଚକୋଟିର ଲୁହାପଥରକୁ ନିମ୍ନମାନର କରିବାରେ ଗ୍ରେଡ଼’ସ୍କାମର ମୁଖିଆ ସୋରେନ’ର ଡୁପ୍ଲିକେଟ ନମୁନା ଗୁଣ୍ଡ ଏବେ ସମଗ୍ର ରାଜ୍ୟ ନିମନ୍ତେ ଆକାଶଛୁଆଁ ମହାଦୁର୍ନୀତିର ରୂପ ମହାଇଁଥିବା ବେଳେ ଅଧିକାରୀଙ୍କ ଅପାରଗତା ମୂଲ ପ୍ରସଙ୍ଗ ହୋଇଥିବାରୁ ରାଜସ୍ୱ ପ୍ରଭାବିତକୁ ସାରା ରାଜ୍ୟବାସୀଙ୍କୁ ଭୋଗିବା ଥୟ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

ଗଣେଶ ପୂଜା ପାଳନ

masiha

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

Leave a Comment

error: Content is protected !!