ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଂଝାଲ ସମାଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଂଝାଲ ସମାଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

ଟେଣ୍ଡର ବିଜ୍ଞପ୍ତି ବାତିଲ ନ ହେଲେ ସମାଜ ପକ୍ଷରୁ ଆନ୍ଦୋଳନ ଚେତାବନୀ

ପାଟଣାଗଡ଼ ୧୨/୩  // ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ସମ୍ମୁଖରେ ଥିବା ପଡିଆ ର ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ଙ୍କ ନେତୃତ୍ବରେ ସଂଘ ର କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳ ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥି ସହ ଟେଣ୍ଡର ବିଜ୍ଞପ୍ତି ପ୍ରକ୍ରିୟା ବାତିଲ କରା ନ ଗଲେ ସମାଜ ପକ୍ଷରୁ ଆନ୍ଦୋଳନ କୁ ଓହ୍ଲେଇବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ସୂଚନା ଅନୁସାରେ ୧୯୭୮ ରୁ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ହରିଶଙ୍କର ଠାରେ ତାଙ୍କର ପୂର୍ବପୁରୁଷ ମାନେ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ବିଧିପୂର୍ବକ ପାରମ୍ପାରିକ ପୂଜାର୍ଚ୍ଚନା, ଯାନିଯାତ୍ରା ,ପର୍ବପର୍ବାଣି କରିଆସୁଅଛନ୍ତି। ମନ୍ଦିର ସମ୍ମୁଖରେ ଥିବା ଖାତାନଂ୪୩ ପ୍ଳଟ ନଂ୬୪ ଥିବା ୨ ଏକର ୪୪ ଡିସିମିଲ ପ୍ଳଟ ନଂ୪୬୫ ମଧ୍ୟରୁ ୫୬ ଡିସିମିଲ ଙ୍କୁ ତାଙ୍କ ପୂର୍ବ ପୁରୁଷମାନେ ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଦଖଳ କରିଆସୁଛନ୍ତି। ଏପରି କି ଉକ୍ତ ପଡ଼ିଆ ଭିତରେ ତାଙ୍କ ସମାଜ ର ପାର୍ଶ୍ଵ ଦେବାଦେବୀ ଡଙ୍ଗରବୁଢା,କରମ ସାନୀ,ଠୁଟି ବୁଢ଼ୀ,ଛକୋର ଚଉରାଛି,ଘସିଏନଦେବୀ ,ସିଂଙ୍ଗାବିର ,ମାଉଲି ଆଦି ଦେବତା ଉକ୍ତ ପଡ଼ିଆ ରେ ପୂଜା ପାଉଥିବା ବେଳେ ଚୈତ୍ର ନବରାତ୍ର, ଦଶହରା,ଶୀତଳଷଷ୍ଠୀ ସମୟରେ ନାମ ଯଜ୍ଞ ଆଦି ସମାଜ ପକ୍ଷରୁ କରାଯାଉଅଛି। ମନ୍ଦିର ସମ୍ମୁଖରେ ଥିବା ଏହି ୫୬ ଡିସିମିଲ ଜାଗା କୁ ବିଞ୍ଝାଲ ସମାଜ ର ଆରାଧ୍ୟା ଇଷ୍ଟଦେବୀ ମାଁ ବିନ୍ଧ୍ୟ ବାସିନୀ ଙ୍କ ନାମରେ ପାର୍ଚ୍ଚାଙ୍କିତ କରିବା ପାଇଁ ସମାଜ ପକ୍ଷରୁ ବିଗତ ଦିନମାନଙ୍କରେ ତତ୍କାଳୀନ ଜିଲ୍ଲାପାଳ , ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ,ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ପଶ୍ଚିମାଞ୍ଚଳ ଆରଡିସି ଙ୍କୁ ସାକ୍ଷାତ କରି ଦାବି ପତ୍ର ମାନ ଦିଆଯାଇଅଛି । ଉକ୍ତ ଜାଗା ବିଞ୍ଝାଲ ସମାଜ ର ଇଷ୍ଟଦେବୀ ଙ୍କ ନାମରେ ପାର୍ଚ୍ଚାଙ୍କିତ କରିବା ବଦଳରେ ଦେବୋତ୍ତର କମିଟି ର ସଭାପତି ତଥା ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ସାଧାରଣ ଲୋକଙ୍କ ଭୋଜି ଭାତ କରିବା ପାଇଁ ପତ୍ର ସଂଖ୍ୟା ୯୧୫ ତା ୫/୩/୨୦୨୫ ଦିନ କ୍ରମିକ ସଂଖ୍ୟା ୮ ରେ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯାହାଫଳରେ ଦେବୋତ୍ତର କମିଟି ବିଞ୍ଝାଲ ସମାଜ ର ଦେବାଦେବୀଙ୍କୁ ଅଣଦେଖା କରିଥିବା ସହ ସମଗ୍ର ସମାଜ ପ୍ରତି କୋଠାରଘାତ ହେବା ସହ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ଏହି ଜାଗାର ନିଲାମ ବିଜ୍ଞପ୍ତି ପ୍ରକ୍ରିୟା ବାତିଲ କରା ନ ଯାଏଁ ତାହାହେଲେ ବିଞ୍ଝାଲ ସମାଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବୀ ପତ୍ର ପ୍ରଦାନ ସମୟରେ ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ଉପସଭାପତି ଅର୍ଜୁନ ବରିହା,ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ଲୋଇସିଂହା ବ୍ଳକ ସଭାପତି ଭକ୍ତ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବିପିନ ବରିହା, ନାରାୟଣ ବରିହା,ଲୋଚନ ସିଂ ବରିହା, ଯଦୁମଣି ବରିହା,ନେତ୍ରା ବରିହା, କିଶୋର ବରିହା, ବିରଞ୍ଚି ବରିହା,ରାଜିବ ରଞ୍ଜନ ବରିହା, ବେଣୁଧର ବରିହା, କଲେକ୍ଟର ବରିହା ହର୍ଷବର୍ଦ୍ଧନ ବରିହା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ 

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!