ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ ଆଜି 

ରାଉରକେଲା: ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଛେଣ୍ଡ ବିଏସଏନଏଲ ଛକ ଠାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ସମାବେଶ କରାଯିବ ବୋଲି ଜଣାପଡ଼ିଛି। ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ବ ଓ ଇଂ ଅଭୟକୁମାର ଦାସଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏହି ସଚେତନତା ସମାବେଶରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରିତ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯିବ ବୋଲି ବୈଠକର ନିଷ୍ପତ୍ତି ଆଧାରରେ ମଞ୍ଚ  ପକ୍ଷରୁ କୁହାଯାଇଛି । ବିଭିନ୍ନ  ଦାବି ଗୁଡିକ ମଧ୍ୟରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ, ବିସ୍ଥାପିତଙ୍କ ସମସ୍ୟା, ମେଡିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସପିଟାଲ,ପୁରୁଣାପାଣି ଠାରେ ସିମେଣ୍ଟ କାରଖାନା ନିର୍ମାଣ, ରାଉରକେଲାରେ ରେଳ ଡିଭିଜନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିପିୟୁଟିକୁ ଶ୍ରେଷ୍ଠ ବୈଷୟିକ ବିଶ୍ବ ବିଦ୍ୟାଳୟରେ ପରିଣତ କରାଯିବା, ମାନ୍ୟତା, ରାଉରକେଲାରେ ୪ସି ଯୁକ୍ତ ବିମାନବନ୍ଦର,ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ, ପ୍ରଦୂଷଣ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି। ଏ ସଂପର୍କରେ ଜନସାଧାରଣଙ୍କୁ ଜଣାଇବା ସହ ଦାବି ଗୁଡିକ ପୂରଣ କରାଯିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରାଯିବ। ଏଥିପାଇଁ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂଜୀବ କୁମାର ମହାନ୍ତି, ଅମୂଲ୍ୟ ଚରଣ ବରାଳ, ଆଇନଜୀବୀ ସୁରେଶ ମାଝୀ, ଗୋବିନ୍ଦ ତନ୍ତୀ, ଦିଗମ୍ବର ମହାନ୍ତି, ବିଭୁତି ଭୂଷଣ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

Sunil Chandra Nayak

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

Sunil Chandra Nayak

Leave a Comment

error: Content is protected !!