ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଲଲାଟ ଲିଖନ

 ଲଲାଟ ଲିଖନ

 

ଭାଗ୍ୟତ ଲେଖିଛି ଲଲାଟ ଲିଖନ

କିଏବା କରିବ ଆନ,

ଯାହା ଲେଖାଅଛି ଭୋଗିବାକୁ ହେବ

ଏତ ବିଧିର ବିଧାନ।

 

କର୍ମ ଦ୍ଵାରା ଲେଖା ଭାଗ୍ୟ ସୁନ୍ଦରତା

ଭାଗ୍ୟ ଦ୍ଵାରା ସର୍ବେ ବନ୍ଦୀ,

କର୍ମର ସୂତାରେ ସବୁରି କପାଳ

ହେଉଥାଏ ଛନ୍ଦାଛନ୍ଦି।

 

କାହାକୁ ହସାଏ କାହାକୁ କନ୍ଦାଏ

କାହାକୁ ନଚାଉଥାଏ,

କାହାକୁ ନେଇକି ସରଗେ ବସାଏ

କିଏ ନର୍କେ ଘାଣ୍ଟି ହୁଏ।

 

ରାତି ପାହିଥିଲେ ରାଜା ହୋଇଥାନ୍ତେ

ମର୍ଯ୍ୟାଦା ପୁରୁଷୋତ୍ତମ,

ଲଲାଟ ଲିଖନେ ଗଲେ ବନବାସ

କିଏ ହେବ ତାଙ୍କ ସମ।

 

ସେମିତି ଭୋଗୁଛି କପାଳ ଲେଖାମୁଁ

ଭୋଗିବି ମରିବା ଯାଏ,

ପ୍ରଭୁ ଯଦି ମୋର ଭୋଗିଥିଲେ କଷ୍ଟ

ମୁଁ ଅବା ଏମିତି କିଏ।

 

ଦୁଃଖର ଗୋଲାପ ସୁବାସେ ତାହାର

ଭିଯାଉଛି ମତେ ନିତି,

ହାତ ପାହାନ୍ତାରୁ ଖୁସି ଯାଏ ଖସି

ଇଏ ମୋ ଜୀବନ ଗୀତି।

 

ଭୂମି ସ୍ପର୍ଶ ଠାରୁ ଲୀନ ହେବା ଯାଏ

ଯେତେ ସବୁ କର୍ମ ଫଳ,

ହସ ଲୁହ ସାଥେ ସମ୍ପର୍କ ବାନ୍ଧିକି

ପୁରିଯାଉ ମୋର କାଳ।

 ଶୁଭଶ୍ରୀ ପ୍ରଧାନ

 କୋଣାର୍କ , ପୁରୀ

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!