ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

ଖଇରା,୧୪/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ୟାଳୟରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଯାହା ରାଜସ୍ବ ବିଭାଗ ପ୍ରତି କଳଙ୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖଇରା ଉପ-ନିବନ୍ଧକ ଏବଂ ତହସିଲ କାର୍ଯ୍ୟାଳୟର ମୌଜା ଆଳଦା, ଥାନା ନମ୍ବର ୧୩୫ର ଏଭଳି ଏକ ଘଟଣାକୁ ନେଇ ପଦ୍ମଲୋଚନ ଦାସ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗରୁ ଜଣାଯାଏ ଯେ ହାଲ ବନ୍ଦୋବସ୍ତ(୧୯୬୮-୬୯)ରେ ମୌଜା ଆଳଦା, ଥାନା ନମ୍ବର ୧୩୫, ଖାତା ୬୫, ପ୍ଲଟ ୫୪ ଏ୦.୦୮ ଏବଂ ପ୍ଲଟ ୭୦ ଏ୦.୦୯ ଡିସିମିଲ ଜମି ଦୁର୍ଗା ଚରଣଦାସ ପିତା ଦୈତାରି ଦାସ ଓଗେରଙ୍କ ନାମରେ ଥିଲା । ଖାତା ଆସାମି ଏବଂ ତାଙ୍କ ଅଂଶୀଦାରଙ୍କ ଠାରୁ ତୋରାଣିପଦା ମୌଜାର ପ୍ରହଲ୍ଲାଦ ଚରଣ ବେହେରା, ଦଲିଲ ନମ୍ବର ୨୬୨୬ ତା ୧୯.୯.୧୯୭୫ ଏବଂ ପିତାମ୍ବର ପଟ୍ଟନାୟକ ଦଲିଲ ନମ୍ବର ୧୦୯୩ ତା ୨୬.୫.୧୯୭୫ରେ କ୍ରୟ କରିଥିବା ଦାବି କରନ୍ତି । କିନ୍ତୁ କ୍ରେତା ଦ୍ବୟ ପ୍ରକୃତ ୬୫ ଖାତା ପରିବର୍ତ୍ତେ ୭୫ ଖାତାରୁ ଜମି କ୍ରୟ କରିଛନ୍ତି, ଯେଉଁଥିରେ ୫୪ ଏବଂ ୭୦ ପ୍ଲଟ ନାହିଁ । ଯାହା ଉପ-ନିବନ୍ଧକ କାର୍ଯ୍ୟାଳୟ ରେକର୍ଡ ଅର୍ଥାତ ଇସି ପ୍ରମାଣ ଦିଏ । ଭୁଲ୍ ଖାତା ଓ ୨ଟି ପ୍ଲଟରୁ ଜମି କ୍ରୟ, ଗୋଟିଏ ପ୍ଲଟର କ୍ରୟ ପରିମାଣ ଓ ଦଖଲ କି ଆଶ୍ଚର୍ଯ୍ୟ ଘଟଣା ? କ’ଣ ଚାଲିଛି ଉପ-ନିବନ୍ଧକ କାର୍ଯ୍ଯାଳୟରେ ? ସତରେ କ’ଣ ଲୋକଙ୍କ ଭରସା ତୁଟିବ ?

         ସେହିପରି ତହସିଲ କାର୍ଯ୍ଯାଳୟ ମଧ୍ୟ ଚର୍ଚ୍ଚାକୁ ଆସିଛି । ଦଲିଲରେ ୭୫ ଖାତା, କ୍ରେତା ଦ୍ବୟ ତହସିଲ କାର୍ଯ୍ୟାଳୟରେ ନାମୋଜାରି କେସ୍ ଫଏସଲା କରି ନିଜ ନାମରେ ହାସଲ କରିଥିବା ପଟ୍ଟାରେ ଉଲ୍ଲେଖ ହୋଇଛି ଖାରଜ ଖାତା ୬୫ ଓ ପ୍ଲଟ ୫୪ । କ୍ରୟ କଲେ ୫୪ ଓ ୭୦ ପ୍ଲଟରୁ କିନ୍ତୁ ତହସିଲ କାର୍ଯ୍ଯାଳୟ ନାମୋଜାରୀ କରି କ୍ରେତାଙ୍କୁ ପଟ୍ଟା ଦେଲା ୫୪ ପ୍ଲଟରୁ । ୭୦ ପ୍ଲଟରୁ କ୍ରୟ କରିଥିବା ଜମି ଗଲା କୁଆଡ଼େ ? ଭୁଲ ଦଲିଲ ନାମୋଜାରି ହେଲା କେମିତି ? କାହାର ଅଛି ହାତ ଓ କିଏ ଖାଇଲା ଟଙ୍କା ? ପ୍ରଜାଙ୍କ ରେକର୍ଡ ସୁରକ୍ଷିତ ରଖିବା ଏବଂ ଉଚିତ୍ ନ୍ୟାୟ ପ୍ରଦାନ କରିବା ରାଜସ୍ବ ଅଧିକାରୀଙ୍କ ଦାୟିତ୍ବ । ଖଇରା ଉପ-ନିବନ୍ଧକ ଏବଂ ତହସିଲରେ ଘଟିଛି ଏଭଳି ବିରଳ ଘଟଣା । ପୁଣି ଭୁଲ୍ ଦଲିଲରୁ ଅନ୍ୟକୁ ଜମି ବିକ୍ରୟ ଉଦ୍ୟମ । କୌଣସି ସୂତ୍ରରୁ ଖବର ପାଇ ଖାତା ଆସାମିଙ୍କ ଉତ୍ତରାଧିକାରୀ ପଦ୍ମଲୋଚନ ଦାସ ଉପ-ନିବନ୍ଧକ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଗଣମାଧ୍ୟମ ସାମ୍ମାରେ ପ୍ରକାଶ କରିଛନ୍ତି । ବିଭାଗୀୟ କାର୍ଯ୍ୟାଳୟ ଉପଯୁକ୍ତ ତଦନ୍ତ କଲେ ସତ୍ୟ ପଦାକୁ ଆସିବ ବୋଲି ଅଭିଯୋଗକାରୀ ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏଫଏମୟୁରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ

masiha

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ 

masiha

ନବରଙ୍ଗପୁର ରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ

Leave a Comment

error: Content is protected !!