ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ 

ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ 

ବନ୍ଧୁଗାଁ ତା, ୧୫/୩/୨୫,କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତ ଅଧିନରେ ଥିବା ଡୁମାଡଙ୍ଗର ଗ୍ରାମରେ ଦୁଇ ଦିନିଆ ଅଷ୍ଟପ୍ରହରୀ ନାମଯଜ୍ଞ ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି l ଗତ ଶୁକ୍ରବାର ଦିନ ସନ୍ଧ୍ୟା ୪.ଘଣ୍ଟା ସମୟରେ କଳସ ଯାତ୍ରା କରି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ପାଣି ଗ୍ରହଣ କରିସାରିବା ପରେ ଆଜି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏବଂ ଗ୍ରାମର ଭଦ୍ର ବ୍ୟକ୍ତି , କାରାଣା କଞ୍ଜାକା, ଖାତୁରୁ ମିଣିଆକା, ଜାଲୁ ମେଳେକା, କାଳିଆ ମିଣିଆକା, ମୁନ୍ନା ମେଲେକା, ଏ ମାନଙ୍କ ନେତୃତ୍ୱରେ ଗ୍ରାମରେ ପ୍ରଥମ ଥର ଏକ ମହାନ ବଡ଼ ଅଷ୍ଟପ୍ରହରୀ ନାମଯଜ୍ଞ ହୋଇଥିଲା l ଏଥିରେ ଗ୍ରାମର ଆଖପାଖ ମଣ୍ଡଳୀ, ଦୁର୍ଗୀ, ରୁଟୁପାଇ, ଲୁଣ୍ଡୁରୁକଣା, ଗଜାବାଡି, ଭିଲାମାଲ , ଡିମ୍ଵାଗୁଡା ଯୋଗଦେଇ ଉତ୍ସାହିତ କରିଥିଲେ l ଏହି ନାମଯଜ୍ଞାରେ ଗୁଣୁପୁର ମଣ୍ଡଳୀ ଆଖପାଖ ଅଞ୍ଚଳର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ l ଅଷ୍ଟପ୍ରହରୀ ନାମଯଜ୍ଞ ଅବସରରେ ମୂଖ୍ୟଅତିଥି ଭାବେ ଯୋଗଦେଇ ହମ୍ ପୁଡ଼ାଇ ଥିଲେ ଶ୍ରୀ – ନିକ୍ଲିମା ଗୁରୁ ଏବଂ ସେହି ନିକ୍ଳିମା ଗୁରୁଙ୍କ ଅଧୀନରେ ବନ୍ଧୁଗାଁ ବ୍ଲକରେ ୩୦.ଟି ମଣ୍ଡଳୀ ଗଢିଅଛି ବୋଲି ଜଣା ପଡିଛି l ଆଜି ଭକ୍ତଙ୍କର ବହୁତ ଗହଳି ହଇଥିଲା l ଆଜି ଗ୍ରାମ ଆଲୋକରେ ପରିପୂର୍ଣ ହୋଇଯାଇଛି l କୋଉ ପଟେ ଦେଖିଲେ ମଧ୍ୟ ଭିନ୍ନ ଭିନ୍ନ ରଙ୍ଗର ଝିଲିମିଲି ଲାଇଟ୍ ଆଲୋକ ହୋଇ ଜଳୁଛି l ଆଜି ହରେରାମ ହରେକୃଷ୍ଣ ଶବ୍ଦରେ ଗ୍ରାମପୁରା କମ୍ପୀ ଉଠିଛି l ଏଥିରେ ମୂଖ୍ୟ ଅଥିତି ଭାବେ ଯୋଗଦେଇଥିଲେ ଗ୍ରାମର ଆଖପାଖ ମଣ୍ଡଳୀରୁ ଶ୍ରୀ – ଡମ୍ବୁରୁ ବିଡ଼ିକା, ଭୀମ କାଶୀ, ନାଗେଶ ମେଲେକା, ରାମିଆ ହିମେରିକା, ରୂପା ହିମେରିକା, ଯୋଗଦେଇଥିବା ର ଦେଖିବାକୁ ମିଳିଛି l ଏହି ଦୁଇ ଦିନିଆ ନାମ ଯଜ୍ଞ ଅଷ୍ଟପ୍ରହରୀ ଶାନ୍ତି ଶୃଙ୍ଖଳା ସହ ହୋଇଥିବାର ଦେଖିବାକୁ ମିଳିଥିଲା I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

‌ରାଇରଙ୍ଗପୁରରେ ୪୦ ତମ ମା’ ଵାସନ୍ତିକ ପୂଜା

masiha

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

Leave a Comment

error: Content is protected !!