ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ତ୍ରିନାଥ ମେଳା ଗୀତିନାଟ୍ୟର ୫୦ବର୍ଷ (ଦଶମ ସଂକଳ୍ପ) ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ସହ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାତ୍ମିକ ପରିବେଶରେ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ହୋଇଥିଲେ l ଗ୍ରାମର ବଡ଼ ପୋଖରୀରୁ ଜଳ ଉଠାଇ ଏକ ବିରାଟ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ l ଏଥିରେ ଅନୁଷ୍ଠାନର ମକାରୁ ରଣା ଓ ତାଙ୍କ ଧର୍ମପତ୍ନୀ ବୃନ୍ଦାବତୀ ରଣା ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଆଜି ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହେବା ସହ ସୋମବାର ନାମଯଜ୍ଞ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ପରିବେଶ ସ୍ଵଚ୍ଛତା ଅଭିଯାନ ପାଳିତ

masiha

Leave a Comment

error: Content is protected !!