ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

ଡାବୁଗାଁ, ୧୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରୀଗାଁ ଠାରେ ଆଦିବାସୀ ମାନଙ୍କ ପାରମ୍ପାରିକ ଫଗୁଣ ମଣ୍ଡେଇ ରବିବାର ପାଳିତ ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ ଶେଷ ହୋଇଛି ଏହି ଉତ୍ସବ | ଏଥିରେ ବୋରୀଗାଁ ପଞ୍ଚାୟତ ସମେତ ୫ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ସନ୍ଧ୍ୟାରେ ସମସ୍ତ ଲାଠି, କୁର୍ଚି ନଗର ପରିକ୍ରମା କରି ମୁଖ୍ୟ ପୂଜାରୀ ଙ୍କ ଘରେ ଏକତ୍ରିତ ହୋଇଥିଲେ | ପୂଜାରୀ, ଶିରା ଓ ଦିଶାରିମାନେ ସାଜସଜା ହୋଇ ଖଣ୍ଡା ଧରି ଗର୍ଦନଭଟ୍ଟା ଠାରେ ଦେବାଦେବୀ ଙ୍କର ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା, ଦିଶାରି ମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ବଜାର ପରିକ୍ରମା କରି ମୁଖ୍ୟ ପୂଜାରୀ ଶୁକାଲୁ ପୂଜାରୀ ଙ୍କ ଘର ଠାରେ ପହଞ୍ଚିଥିଲେ | ସୋମବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏହି ମଣ୍ଡେଇ ପାଳନରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାତ୍ରିରେ ୨ ଟି ଦେଶୀଆ ନାଟ (ଆଦିବାସୀ ନାଟକ) ପରିବେଷଣ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତରା, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲା ପରିଷଦ ସଭ୍ୟା ଡା. ଲିପିକା ମାଝି ପ୍ରମୁଖ ଉପସ୍ଥିତ ଥିଲେ | କମିଟି କର୍ମକର୍ତ୍ତା ଭାବେ ବୋରୀଗାଁ ସରପଞ୍ଚ ସୁକୃ ଭତରା, କୃଶ ପନକା, ଲଇଖନ ପନକା, ଡମୁ ପୂଜାରୀ, ଚନ୍ଦ୍ର ପନକା, ଦଶମୁ କଲାର, ଇଶ୍ଵର ଭତରା, ଡମୁ ପନକା, ପ୍ରକାଶ ପନକା, ରଇନୁ ପୂଜାରୀ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ଙ୍କ ଜଳାଭିଷେକ ନିମନ୍ତେ ବାବା ଧାମ ଯାତ୍ରା

Sunil Chandra Nayak

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

masiha

Leave a Comment

error: Content is protected !!