ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ ଧାରଣା : ନର୍ଲା ସ୍ବାସ୍ଥ୍ୟସେବାରେ ବ୍ୟାଘାତ 

ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ ଧାରଣା : ନର୍ଲା ସ୍ବାସ୍ଥ୍ୟସେବାରେ ବ୍ୟାଘାତ 

ନର୍ଲା,୧୯|୩: ଭୁବନେଶ୍ୱର ଠାରେ ରାଜ୍ୟର ଜାତୀୟ ସ୍ଵାସ୍ଥ୍ୟ ମିଶନ ଠିକା କର୍ମଚାରୀମାନେ ଧାରଣା ଦେଇଥିବାରୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ କାର୍ଯ୍ୟରତ ଠିକା କର୍ମଚାରୀ ବିପିଏମ ସବୀର କୁମାର ପଧାନ, ଭିପିଡିଟିଏମ ଦେବାଶିଷ ଭୋଇ, ଏସଟିଏସ ଅଜିତ ଆଚାର୍ଯ୍ୟ, ଅବିନାଶ ସାହୁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ପ୍ରଶାନ୍ତ ରଣା ପ୍ରମୁଖ ଭୁବନେଶ୍ୱର ଯାଇ ଧାରଣାରେ ବସି ଥିବାରୁ ନର୍ଲା ସ୍ଵାସ୍ଥ୍ୟ ବିଭାଗରେ ରିପୋର୍ଟ ପ୍ରଦାନ, ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ, ଆଶା ପ୍ରୋତ୍ସାହନ ରାଶି ପ୍ରଦାନ, ଯକ୍ଷ୍ମା ନିୟନ୍ତ୍ରଣ, କୁଷ୍ଠ ନିୟନ୍ତ୍ରଣ, ଅଣସଂକ୍ରାମକ ରୋଗ କାର୍ଯ୍ୟକ୍ରମ, ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ, ଗର୍ବବତୀ ମାଆ ମାନଂକର ପ୍ରସବ ପରାଵର୍ତ୍ତୀ ପାଉଣା, ରକ୍ତ ଶିକୁଳିର ପ୍ରୋତ୍ସାହନ ରାଶି ଭଳି ଅନେକ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ରାତି ଦିନ ନିୟମିତ ଗର୍ଭବତୀ ମହିଳା ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରି ଆସୁଥିବା ଆଶା କର୍ମୀମାନଙ୍କ ଦରମା ଏଯାଏଁ ହୋଇ ପାରୁ ନାହିଁ। ଫଳରେ ଆଶାକର୍ମୀମାନେ ଦରମା ନପାଇ ଅନେକ ହଇରାଣ ହେଉଥିବା ଜଣାପଡିଛି। ଏହାସହ ସଫେଇ କର୍ମଚାରୀଙ୍କ ମାସିକ ଦରମା ନ ପାଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମାନଙ୍କ ଧାରଣ ଯୋଗୁଁ ସ୍ବାସ୍ଥ୍ୟସେବା ଠପ୍ ହୋଇ ପଡିଛି।  

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ 

କଳାହାଣ୍ଡି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପାଳିତ ହେଲା ମହାବିଦ୍ୟାଳୟର ପ୍ରଥମ ‘ଗ୍ରାଜୁଏସନ୍ ଦିବସ’

masiha

୧- ପୁଣି ଛାତ୍ରୀ ମୃତ୍ୟୁ, ଘରେ କେହି ନ ଥିଲା ବେଳେ କିରୋସିନିରେ ଜଳିଗଲେ ! ୨- ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ, ୩- ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପି ସି ସି ଟିମ

Sunil Chandra Nayak

Leave a Comment

error: Content is protected !!