ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା : ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ (ଜାତୀୟ ସେବା ଯୋଜନା) ବ୍ୟୁରୋ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟର ନେହେରୁ ଯୁବ କେନ୍ଦ୍ର ସଂଗଠନ ମିଳିତ ଆନୁକୁଳ୍ୟରେ ତା-19-03-2025 ରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ନୋଡାଲ ଅଧିକାରୀ ଡ. ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବିତର୍କ ପ୍ରତିଯୋଗିତା ତା-19.03.2025 ରୁ ଆରମ୍ଭ ହୋଇ 20.03.2025 ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ମୋଟ୍ 406 ଜଣ ପ୍ରତିଯୋଗିତା ଏହି କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ସ୍ତରରେ ମେରା ଯୁବା ଭାରତ ପୋର୍ଟାଲ ମାଧ୍ୟମରେ ଏକ ମିନିଟର ଭିଡିଓ ପଞ୍ଜିକରଣ କରିଥିବା ବେଳେ ଏକ ଚୟନ କମିଟି ମାଧ୍ୟମରେ ଭାରତ ସରକାରଙ୍କ ନିୟମ ଅନୁଯାୟୀ କଳାହାଣ୍ଡି, ରାୟଗଡା, ନୂଆପଡା ଜିଲ୍ଲାର 150 ଜଣ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବା ଲାଗି ଚୟନ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଉଦ୍‌ଘାଟନ କରିବା ସହିତ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥିରୂପେ କୁଳସଚିବ ଶ୍ରୀ ପିତାମ୍ବର ଭୋଇ, ଉପକୁଳ ସଚିବ ମେଜର ଡ. ଜୟଦେବ ସାହୁ ଯୋଗଦାନ କରିଥିଲେ । ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, କାର୍ଯ୍ୟକ୍ରମ ସଂଯୋଜକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଜୟନ୍ତ କୁମାର ଦନସନା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. କୈଳାଶ ଚନ୍ଦ୍ର ଦାଶ, ବାଳ ମୁକୁନ୍ଦ ପାଲୋ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଡ. ରାଧାରାଣୀ ନାୟକ, ରୋଜ୍ ମେରୀ ରଶ୍ମିତା ଏକ୍କା, ଡ. ପ୍ରିୟ ରଞ୍ଜନ ବେହେରା, ପ୍ରିୟବ୍ରତ ବାଣୁଆ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାଶ୍ୱତ ଦାନୀ, ଶ୍ରୀ ଦୀପକ କୁମାର ବେହେରା, ଅଭିଷେକ, ବିଶ୍ୱ, ଅମିତ, ଲୋହିତ, ଖିତିଶ, ଲୋପାମୁଦ୍ରା, ବିଶି, ସ୍ମୃତି ଓ ଉମେଶ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ଯୁବ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର ସଂଗଠନ, କଳାହାଣ୍ଡି ଶ୍ରୀ ପ୍ରସନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

Sunil Chandra Nayak

ମେଧା ଅନ୍ବେଷଣ ପରୀକ୍ଷା ୨୦୨୩ ଅନୁଷ୍ଠିତ

masiha

ଅଦିନିଆ ବର୍ଷା ସହିତ ପ୍ରବଳ ବେଗରେ ପବନ ଆସି ଉଡାଇଲା ଆଜବେଷ୍ଟ ନଷ୍ଟ ହୋଇଗଲା ଖାଦ୍ଯସଶ୍ଯ

Leave a Comment

error: Content is protected !!