ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଞ୍ଝାଲ ସମାଜ ର ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରସଙ୍ଗ

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଞ୍ଝାଲ ସମାଜ ର ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରସଙ୍ଗ
ବାତିଲ କୁ ନେଇ ଅସହାୟ ପ୍ରକାଶ କଲେ ଉପଜିଲ୍ଲାପାଳ
ସମ୍ବଲପୁର ଦେବୋତ୍ତର ବିଭାଗ ଙ୍କ ସହ ଆଲୋଚନା ପାଇଁ ପରାମର୍ଶ ଦେଲେ
ଆଦିବାସୀ ଙ୍କୁ ଅଣଦେଖା କରିଥିବା ଅଭିଯୋଗ 

ପାଟଣାଗଡ଼ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ସମ୍ମୁଖରେ ଥିବା ପଡିଆ ର ଟେଣ୍ଡର ବିଜ୍ଞପ୍ତି ବାତିଲ କରିବା ଦାବୀକୁ ନେଇ ମାର୍ଚ୍ଚ ୧୨ ରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ସଂଘ ର ବିଭିନ୍ନ ପଦପଦବୀରେ ଥିବା କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପଜିଲ୍ଲାପାଳ ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏପରି କି ଟେଣ୍ଡର ବିଜ୍ଞପ୍ତି ବାତିଲ କରା ନ ଗଲେ ସମାଜ ପକ୍ଷରୁ ଆନ୍ଦୋଳନ କୁ ଓହ୍ଲେଇବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଏହାରି ଭିତରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିଲା । ଯାହାକୁ ନେଇ ଉପଜିଲ୍ଲାପାଳ ଆଦିବାସୀ ସମ୍ପ୍ରଦାୟ ବିଂଝାଲ ସମାଜ ସହ ତାଙ୍କ ଦେବାଦେବୀଙ୍କୁ ଅଣଦେଖା କରୁଥିବା ର ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ଆଜି ସମାଜର ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଟେଣ୍ଡର ବିଜ୍ଞପ୍ତି ବାତିଲ ପ୍ରକ୍ରିୟା କୁ ନେଇ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଙ୍କ କହିବା ମୁତାବକ, ହରିଶଙ୍କର ପରିଦର୍ଶନରେ ଆସିଥିବା ଦେବୋତ୍ତର କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ପଡ଼ିଆ ର ଟେଣ୍ଡର ବିଜ୍ଞପ୍ତି ଜାରି କରାଯାଇଅଛି। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଟେଣ୍ଡର ବିଜ୍ଞପ୍ତି ପ୍ରକ୍ରିୟା ବାତିଲ କରାଯାଇପାରିବ ନାହିଁ । ମୁଁ ଆପଣ ମାନଙ୍କ ସାଥିରେ ଅଛି। ଏଥି ପାଇଁ ଆପଣଙ୍କୁ ସମ୍ୱଲପୁର ଦେବୋତ୍ତର କମିଶନର ଙ୍କ ସହିତ ଆଲେଚନା କରିବାକୁ ପଡ଼ିବ ବୋଲି ସଂଘର କର୍ମ କର୍ତ୍ତା ମାନଙ୍କ ସମ୍ମୁଖରେ ଉପଜିଲ୍ଲାପାଳ ଶ୍ରୀ ମେହେର ନିଜର ଅସହୟତା ପ୍ରକାଶ କରିଥିଲେ। ଯାହାକୁ ନେଇ ସଂଘର କର୍ମ କର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିବା ସହ ଉପଜିଲ୍ଲାପାଳ ଙ୍କ ଏତାଦୃଶ କାର୍ଯ୍ୟ କୁ ନେଇ ସମାଲୋଚନା କରିଥିଲେ। ଅପରପକ୍ଷରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଖୁବଶିଘ୍ର ଏନେଇ ଏକ ଜରୁରୀ ବୈଠକ ଡକାଯାଇ ଆଲୋଚନା ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସମାଜ ର ବ୍ଳକ ସଭାପତି ଙ୍କ ସମେତ ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଳକ କୋଷାଧ୍ୟକ୍ଷ ବିପିନ ବରିହା, ମାଁ ବିନ୍ଧ୍ୟ ବାସିନୀ ମନ୍ଦିର କମିଟି ସଦସ୍ୟ ଯଦୁମଣି ବରିହା, ଦୁର୍ଯ୍ୟୋଧନ ବରିହା, ବେଲପଡା ବ୍ଳକ ସଂପାଦକ ଛବିଲାଲ ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ପ୍ରମୁଖ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ୧୯୭୮ ରୁ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ହରିଶଙ୍କର ଠାରେ ତାଙ୍କର ପୂର୍ବପୁରୁଷ ମାନେ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ବିଧିପୂର୍ବକ ପାରମ୍ପାରିକ ପୂଜାର୍ଚ୍ଚନା, ଯାନିଯାତ୍ରା, ପର୍ବପର୍ବାଣି କରିଆସୁଅଛନ୍ତି। ମନ୍ଦିର ସମ୍ମୁଖରେ ଥିବା ଖାତା ନଂ୪୩ ପ୍ଳଟ ନଂ ୬୪ ରେ ଥିବା ୨ ଏକର ୪୪ ଡିସିମିଲ ପ୍ଳଟ ନଂ ୪୬୫ ମଧ୍ୟରୁ ୫୬ ଡିସିମିଲ ଜାଗା କୁ ତାଙ୍କର ପୂର୍ବପୁରୁଷ ମାନେ ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଦଖଳ କରିଆସୁଛନ୍ତି। ଏପରିକି ଉକ୍ତ ପଡ଼ିଆ ଭିତରେ ତାଙ୍କ ସମାଜ ର ପାର୍ଶ୍ଵ ଦେବାଦେବୀ ଭୌରବୀ ବନଦୂର୍ଗା ,ମାଁ ତୁର୍ଲେନ ବୁଢୀ, ଠାକୁରାଣୀ, ଡଙ୍ଗର ବୁଢ଼ା,ଛକୋର ଚଉରାଶି, ଘସିଏନଦେବୀ, ସିଂଙ୍ଗାବିର, ମାଉଲି ଆଦି ଦେବତା ଉକ୍ତ ପଡ଼ିଆ ରେ ପୂଜା ପାଉଥିବା ବେଳେ ଚୈତ୍ର ନବରାତ୍ର, ଦଶହରା ଶୀତଳଷଷ୍ଠୀ ସମୟରେ ଶିବବିବାହ , ନାମ ଯଜ୍ଞ ଆଦି କରାଯାଉଅଛି । ଏହି ୫୬ ଡିସିମିଲ ଜାଗା ବିଞ୍ଝାଲ ସମାଜ ର ଆରାଧ୍ୟା ଇଷ୍ଟଦେବୀ ମାଁ ବିନ୍ଧ୍ୟ ବାସିନୀ ଙ୍କ ନାମ ରେ ପାର୍ଚ୍ଚାଙ୍କିତ କରିବା ପାଇଁ ସମାଜ ପକ୍ଷରୁ ବିଗତ ଦିନମାନଙ୍କରେ ତତ୍କାଳୀନ ଜିଲାପାଳ, ଉପଜିଲ୍ଲାପାଳ, ତହସିଲଦାର,ବିଡ଼ିଓ, ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ଙ୍କ ସମେତ ପଶ୍ଚିମାଞ୍ଚଳ ଆରଡିସି ଙ୍କୁ ସାକ୍ଷାତ କରି ଦାବି ପତ୍ର ମାନ ଦିଆଯାଇଅଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

masiha

Leave a Comment

error: Content is protected !!