ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ଓଡିଶାର ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼କରିବାକୁସମାଜବାଦୀ ପାର୍ଟିର ଦାବି

ସରକାର ଓଡିଶାର ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼କରିବାକୁସମାଜବାଦୀ ପାର୍ଟିର ଦାବି

ଜୁନାଗଡ଼ ୧୯/୩ (ମନୀ ସ) ଡବଲ ଇଂଜିନ ସରକାରରେ ବଡ଼ ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ ହେଉଥିବା ବେଳେ ଓଡିଶାର ଚାଷୀକୁଳ ହତାଶ I ଚାଷୀଙ୍କ ପ୍ରତି ଭାଜପା ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଉପାନ୍ତରୁ ଉପକୂଳ ଯାଏ ଓଡିଶା ଚାଷୀକୁଳ ଏବେ ଦୟନୀୟ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି I ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ମୋଟ ଜନସଂଖ୍ୟାର ୭୦ ଭାଗ ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଅନେକ ସମୟରେ ବି ପ୍ରାକୃତିକ ବିପର୍ଯ୍ୟୟ, ଫସଲହାନୀ, ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା ଲାଗିରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ବିଜେପି ନରେନ୍ଦ୍ର ମୋଦି ସରକାର ଦେଶର ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତିଙ୍କଠାରୁ ବିନା ସର୍ତରେ ଲକ୍ଷ ଲକ୍ଷ କୋଟି ଟଙ୍କା ରଣଛାଡ଼ କରୁଥିବା ବେଳେ ଚାଷୀଙ୍କଠାର ଫଟା ପାହୁଲାଟିଏ ରଣଛାଡ଼ ନକରିବା ଚାଷୀକୂଳଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି କହି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । 

ସେ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସହିତ ୨୯ଟି ଏପରି କମ୍ପାନୀକୁ ଏନ୍‌ପିଏ ଭାବରେବର୍ଗୀକୃତ କରାଯାଇଛି। ଏହି ସଂସ୍ଥାଗୁଡ଼ିକମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ଅନ୍ୟୁନ ୧୦୦୦ କୋଟି ବା ତାଠାରୁ ଅଧିକ ପରିମାଣର ରଣ ବକେୟା ଥିଲା ଏହି ସଂସ୍ଥାଗୁଡ଼ିକୁ ୬୧୦୨୭ କୋଟି ଟଙ୍କା ଋଣ ଛାଡ଼ କରାଯାଇଛି। ପ୍ରତ୍ୟେକଙ୍କ ଉପରେ ୧୦୦୦ କୋଟି ଟଙ୍କା ତଥା ତଦୁର୍ଧ୍ ରଣ ଥିଲା ।ଏହି ଆକାଉଣ୍ଟଗୁଡ଼ିକରେ ମୋଟ କଳେୟା ପରିମାଣ ୬୧,୦୨୬ କୋଟି ଟଙ୍କା ରହିଥିଲା ଯାହାକୁ ମୋଦି ସରକାର ଅହେତୁକ ଅନୁକମ୍ପା ଦେଖାଇ ଋଣ ଛାଡ଼ କରିଛନ୍ତି ଯାହା ଏହି ପୁଞ୍ଜିବାଦୀ ସରକାର ର ଅସଲ ଚରିତ୍ରକୁ ଉଜାଗର କରିଛି I 

କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏବେ ଯଦି କୌଣସି ବ୍ୟକ୍ତିର ବ୍ୟାଙ୍କ ଜମା ଧାର୍ଯ୍ୟ ପରିମାଣରୁ ଟଙ୍କାଟି ଏ କମ୍ ରହୁଛି ବ୍ୟାଙ୍କଗୁଡ଼ିକ ସେ ବାବଦରେ ଜୋରିମାନା ଭିଡ଼ି ନେଉଛନ୍ତି। ସାଧାରଣ ଲୋକର ଋଣ ଅନାଦେୟ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଘରେ ତାଲା ପକାଉଛନ୍ତି । କିନ୍ତୁ ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତି, ଘରୋଇ କମ୍ପାନୀଗୁଡ଼ିକ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ଋଣ ଛାଡ଼ ହେଉଛି I 

ବିଡ଼ମ୍ବନା ହେଉଛି ଯେ ଗତ ୧୦ବର୍ଷରେ ଏଭଳି ବଡ଼ବଡ଼ କମ୍ପାନୀ, ଶିଳ୍ପପତି ଓ ବିଭିନ୍ନ ପ୍ରତିଷ୍ଠାନକୁ ସରକାରୀ ବ୍ୟାଙ୍କଗୁଡ଼ିକ ଛାଡ଼ କରିଛନ୍ତି ୧୬.୩୫ ଲକ୍ଷ କୋଟି ଟଙ୍କା ଏହି ଅର୍ଥକୁ ସରକାରୀ ବ୍ୟାଙ୍କଗୁଡିକ ସେମାନଙ୍କର ଅଣ-କାର୍ଯ୍ୟକାରୀ ସମ୍ପରି (ଏନ୍‌ପିଏ) ଆକାଉଣ୍ଟ ଦର୍ଶାଇ ବାଲାନ୍ସସିଟ୍‌ରୁ ହଟାଇ ଦେଇଛନ୍ତି।ଏପରି ବ୍ୟବସ୍ଥା ଆମ ସମାଜ ଅର୍ଥନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ତେଣୁ କୃଷକର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଯଥାଶୀଘ୍ର ଋଣଭାରରେ ଥିବା ରାଜ୍ୟର ପ୍ରାୟ ୩୬ ଲକ୍ଷରୁ ଉର୍ଦ୍ଧ୍ବଚାଷୀଙ୍କଠାରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ତୁରନ୍ତ କୃଷି ଋଣଛାଡ଼ କରିବା ପାଇଁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ଦାବୀ କରାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ରେଡ କ୍ରସ ଦିବସ ସପ୍ତାହ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉପରବେଡା ଗ୍ରାମରେ ରେଡ୍ କ୍ରସ୍ ର ରିଲିଫ ବଣ୍ଟନ

ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ ଗୌରବ ଦିବସ ପାଳନ

Sunil Chandra Nayak

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

Leave a Comment

error: Content is protected !!