ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗି ଫୁଲ ଏବଂ ଭଲିବଲ ପ୍ରତିଯୋଗିତା

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗି ଫୁଲ ଏବଂ ଭଲିବଲ ପ୍ରତିଯୋଗିତା

ମୟୂରଭଂଜ – ୨୧/୧୧  ଓଡ଼ିଶାର ପ୍ରାକ୍ତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭଂଜଵୀର ସୁନା ରାମ ସୋରେନ ଙ୍କ ଦ୍ଵାରା ଓଡ଼ିଶାରେ ପ୍ରଥମ କରି ସ୍ଥାପିତ ହୋଇଥିବା ରାଇରଙ୍ଗପୁର ସହର ମହୁଲଡିହାସ୍ଥିତ କନ୍ୟାଶ୍ରମ ପରିସରରେ ଅନୁସୂଚିତ ଜାତି ଜନଜାତି,ସଃଖ୍ଯାଲଘୁ ତଥା ପଛୁଆବର୍ଗ ,ଓଡ଼ିଶା ଦ୍ବାରା ପରିଚାଳିତ ବାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗିଫୁଲ ଓ ଭଲିବଲ ପ୍ରତିଯୋଗିତା- ୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ, ଅନ୍ୱେଷା ଛାତ୍ରାବାସ, ଏକଲବ୍ୟ ମଡେ଼ଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉଦ୍ଦିଷ୍ଟ ଛାତ୍ରୋତ୍ସବ ସରଗିଫୁଲ- ୨୦୨୫ ଆଇଟିଏ ପ୍ରକଳ୍ପ ପ୍ରଶାସକ ଯୋଗ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଵାମନଘାଟୀ ଉପଖଣ୍ଡର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ , ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପୋଲିସ ପ୍ରଶାସକ ଗୋକୁଳାନନ୍ଦ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ଵାଇଁ, ଆଇଟିଡିଏ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ମୁଖ୍ୟ ଅତିଥି କହିଥିଲେ ସରକାରଙ୍କର ଉଦେଶ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଜାଗରଣ କରିବା । ପ୍ରତିଯୋଗିତା ଦ୍ଵାରା ଵଂଧୁତ୍ଵ, ସହନଶୀଳତା, ଧୈର୍ଯ୍ୟ, ସାହସିକତା, ନେତୃତ୍ବର ବିକାଶର ପରିପ୍ରକାଶ ହୋଇଥାଏ ।ପରେ ପ୍ରଥମ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଵିଭିନ‌ଵର୍ଗ ରେ ଭଲିବଲ ପ୍ରତିଯୋଗିତା, ବକ୍ତୃତା,ତର୍କ, ପ୍ରବନ୍ଧ,ଅଭିନୟ,ସ୍ଲୋଗାନ, ନୃତ୍ୟ ସଙ୍ଗୀତ,ଚିତ୍ରକଳା,ସୃଜନତା୍ମକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଅପରାହ୍ନରେ ରାଇରଙ୍ଗପୁର ପିଏ ଆଇଟିଡିଏ ଯୋଗରଞ୍ଜନ ନାୟକଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସ୍ଵତନ୍ତ୍ର ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ‌ ନାଏକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ପ୍ରେରଣା ଓ ଉତ୍ସାହିତ କରିଥିଲେ ।ଦେଶ ନିର୍ମାଣରେ ଆଦିବାସୀଙ୍କ ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ଵାମନଘାଟୀ ଉପଖଣ୍ଡରେ କଳା ,ଭାଷା,ଖେଳକୁଦ ଓ ସଂସ୍କୃତିର ଭରପୁର ।ତେଣୁ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ନେତୃତ୍ଵ ନେବାର ଏବଂ ଆଗକୁ ବଢିବା ପ୍ରୟାସ ଜାରି ରଖିବା ଉଚିତ ।ସରକାରଙ୍କ ସମସ୍ତ ସାହାଯ୍ୟ ଓ ସହଯୋଗ ସବୁବେଳେ ରହିଛି ।ପରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ମଂଚ ପରିଚାଳନାରେ ଶିକ୍ଷୟତ୍ରୀ ସରସ୍ଵତୀ ମହଲା ଏବଂ ଅଧ୍ୟାପିକା ସମୀକ୍ଷା ପରିଡା,ଏକଲଵ୍ଯ ମଡେଲ ସ୍କୁଲର ପ୍ରିନ୍ସିପାଲ ବଳରାମ ବାରିକ ଏବଂ ଅନ୍ୟ ଶିକ୍ଷକ/ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅହମ ଭୂମିକା ନିଭାଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

masiha

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ୧୭ତମ ବାର୍ଷିକ ଉତ୍ସବ 

masiha

ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!