ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ତରଫରୁ ପରିଚାଳନା ସମିତି ବୈଠକ ଅନୁଷ୍ଠିତ

ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ତରଫରୁ ପରିଚାଳନା ସମିତି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି, କମିଟିର ଅଧକ୍ଷ ତଥା ବର୍ତ୍ତମାନ ର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ମେଡିକାଲ କୁ ଆସୁଥିବା ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା, ସହିତ ମେଡିକାଲ ପରିସରକୁ ସଫାସୁତୁରା ରଖିବା ଉପରେ ଗୁରୁତ୍ୱରୋପ କରାଯାଇଛି, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ତର ରଶ୍ମି ରଞ୍ଜନ ମହାନ୍ତି, ଗତ ବୈଠକ ବିବରଣୀ ସମ୍ପର୍କରେ ବିଶେଷ ସୂଚନା ଦେଇଥିଲେ, ରୋଗୀ କଲ୍ୟାଣ ସମିତି ପକ୍ଷରୁ ଡିଜିଟାଲ ଏକ୍ସରେ ମେସିନ ଓ ଅଲଟ୍ରା ସାଉଣ୍ଡ ମେସିନ କିଣା ଯିବ ବୋଲି ନିଷ୍ପତି ନିଆଯାଇଛି, l ସେପଟେ ଓପିଡ଼ ନୂତନ କୋଠାଘର ନିର୍ମାଣ କାମ ଶୀଘ୍ର ଶେଷ କରିବା ପାଇଁ ପୂର୍ତ୍ତ ବିଭାଗ କୁ ବିଧାୟକ ନିର୍ଦେଶ ଦେଇଥିଲେ, ମେଡିକାଲ କ୍ୟାମ୍ପସ ଭିତର ରେ ଥିବା ମେଡ଼ିସିନ ଷ୍ଟୋର ର ମାଲିକ ଙ୍କ ମୃତ୍ୟୁ ହୋଇ ସାରି ଥିବାରୁ ଡ୍ରଗ୍ସ ବିଭାଗ କୁ ମେଡିକାଲ ଅଫିସର ଚିଠି କରିବା ଏବଂ ଡାଙ୍ଗମାଳ, ତାଳଚୁଆ, ଈଶ୍ୱରପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ କୋଠା କାର୍ଯ୍ୟ ଆରମ୍ଭ, ଆମ୍ବୁଲାନ୍ସ ରେ ଡ୍ରାଇଭର ପାଇଁ ନୂତନ ନିଯୁକ୍ତି ପାଇଁ ନିଷ୍ପତି ହୋଇଛି l ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲଡ଼ ବ୍ୟାଙ୍କ କିପରି କାର୍ଯ୍ୟକ୍ଷମ କରିବାକୁ ସଭ୍ୟ ମାନେ ପ୍ରସ୍ତାବ ରଖିଥିଲେ, ଉକ୍ତ ବୈଠକ ରେ ଆଇନୀଜୀବି ଛାତ୍ର ପରମେଶ୍ୱର ଦାସ ରାଜନଗର ମେଡିକାଲ ରେ ଅନେକ ବିଭାଗ ର ତୁରନ୍ତ ଡାକ୍ତର ପଦବୀ ପୂରଣ ନିମନ୍ତେ ଲିଖିତ ଅଭିଯୋଗ ଦାବୀ ପତ୍ର ପ୍ରଦାନ କରିଥିଲେ, ରାଜନଗର ବ୍ଲକ ର ଚେୟାରମ୍ୟାନ, ଭାଇସି ଚେୟାରମ୍ୟାନ ଗଣେଶ ଗୁଡ଼ିଆ, 30 ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ରାଉତ, କମିଟିର ସଦସ୍ୟ ପୂର୍ଣଚନ୍ଦ୍ର ପ୍ରତିହାରୀ, ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଧଳ, ରାଜନଗର ବ୍ଲକ ଯନ୍ତ୍ରୀ ପ୍ରଭାତ କୁମାର ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ବେହେରା, ଏନଆର ଏଚଏମ କନିଷ୍ଠ ଯନ୍ତ୍ରୀ, ବି ପି ଏମ ଶ୍ରୀକାନ୍ତ କୁମାର ଦାସ,ଶିଶୁ ବିକାଶ ପ୍ରକଳ୍ପ ବିଭାଗ ର ସୁପରଭାଇଜର ସନ୍ଧ୍ୟାରାଣୀ ବେହେରା, ପ୍ରମୁଖ ବୈଠକ ର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,ଏହି ବୈଠକରେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଷ୍ଟାଫ ସଫେଇ କର୍ମଚାରୀ ସରସ୍ବତୀ କୁଣ୍ଡ, ଆନନ୍ଦ ମାହାରୀ, ସେବିକା ସୋଣାମି ସାମଲଙ୍କୁ ସମ୍ବଦ୍ଧିତ କରାଯାଇଥିଲା ଶେଷରେ ଡାକ୍ତର ପୁଷ୍ପାଞ୍ଜଳି ମହାପାତ୍ର ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ଅମୁଲ୍ୟ ବିଶ୍ୱାଳ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!