ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜ ଦ୍ବାରା ବିଶ୍ବ ପଖାଳ ଦିବସ ପାଳିତ

ରାଉରକେଲା କଲେଜ ଦ୍ବାରା ବିଶ୍ବ ପଖାଳ ଦିବସ ପାଳିତ

ରାଉରକେଲା: ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଖାଦ୍ୟ ପରମ୍ପରାର ଏକ ବୈଶ୍ବିକ ରୂପ ‘ବିଶ୍ବ ପଖାଳ ଦିବସ’। ଆହା ଜୀବନ ଧନ ମୋ ପଖାଳ କଂସା’ ଶୀର୍ଷକ ସହ ମହା ସମାରୋହରେ ଏହି ଦିବସଟି ପାଳନ କରିଛି ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା। ଭୃଷଙ୍ଗାପତ୍ର-ଦହି-ଛୁଙ୍କା-ପଖାଳ ସହ ପାରମ୍ପରିକ ବଡ଼ିଚୁରା, କୋଶଳା ଶାଗ ଭଜା, ଆଳୁ-ବାଇଗଣ ଭର୍ତା, ଭେଣ୍ଡି ଭଜା, ସଜନା ଛୁଇଁ ମସଲା, ଆଳୁ-କଲରା ଭଜା, ସରୁସରୁ ପୋଟଳ ଭଜା, ସୋରା ସୋରା କାକୁଡ଼ି-ପିଆଜ ସହ ମିଟିକାଳିର କଡ଼ା ଭଜାର ମହକରେ ପଖାଳ ଦିବସଟି ମହକି ଗଲା ବେଳେ ତୋରାଣି-ଛଣା-ନିଶ ଚର୍ଚ୍ଚା ପରିବେଶକୁ ଓଡ଼ିଆ ଭାବରେ ଉଷ୍ଣ କରିଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ହଳଦୀ ରଙ୍ଗର ବେଶଭୂଷାରେ ସଜେଇ ହୋଇ ଆସିଥିବା କଲେଜର ସମସ୍ତ ଅଧ୍ୟାପକ-ଅଧ୍ଯାପିକା। ରାଉରକେଲା ମହାନଗରର ଗୃହ ଓ ରାସ୍ତା ନିର୍ମାଣ ବିଭାଗର ମହାପ୍ରବନ୍ଧକ ଯନ୍ତ୍ରୀ ଆଲୋକ କୁମାର ନାୟକ, ବରିଷ୍ଠ ଯନ୍ତ୍ରୀ ସନ୍ଦୀପ ଶତପଥୀ, ରାଉରକେଲାର ବିଭିନ୍ନ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁବ୍ରତ ଚୌଧୁରୀ, ଅଶୋକ କୁମାର ପାତ୍ର, ସସ୍ମିତା ପ୍ରଧାନ, ଅବସରପ୍ରାପ୍ତ ଅର୍ଥନୀତି ବିଭାଗ ପ୍ରାଧ୍ଯାପିକା ତପସ୍ବନୀ ମିଶ୍ର, ଅବସରପ୍ରାପ୍ତ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ ସତ୍ୟନାରାୟଣ ନନ୍ଦ, ଯୁବ ସଂଗଠକ ସାଇ ଶୁଭେନ୍ଦୁ ଆକାଶ ପ୍ରଭୃତି ଅତିଥି ଗଣ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଆତିଥ୍ୟ ଓ ସ୍ମୃତି-ପଖଳା-ଗାଁ-ପଖାଳର ଆତ୍ମୀୟତାକୁ ଅନୁଭବ କରିଥିବା ଆତ୍ମସନ୍ତୋଷ ବ୍ଯକ୍ତ କରିଥିଲେ। କାର୍ଯ୍ୟକ୍ରମଟି ରାଉରକେଲାର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ପ୍ରେରଣାପ୍ରଦ ଓ ଦୃଷ୍ଟାନ୍ତମୂଳକ ହେବ ବୋଲି ଅତିଥିମାନେ ମତାମତ ରଖିଥିଲେ। ପ୍ରଶାସନିକ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରଶ୍ମି ରଂଜନ ରାଉତ, ଷ୍ଟାଫ୍ କ୍ଳବ୍ ସେକ୍ରେଟାରୀ ଅଧ୍ୟାପକ ତରଣି ନାୟକ, କରୁଣାକର ପାଟ୍ଟଶାଣୀ କାର୍ଯ୍ୟକ୍ରମର ରେଖାଚିତ୍ର ରଖିଥିବା ବେଳେ ବରିଷ୍ଠ ପ୍ରାଧ୍ଯାପିକା ଭାରତୀ ବରଓ୍ବା, ବନ୍ଦନା ସୋରେନ୍, ରଶ୍ମିପ୍ରଭା ମଥାନ, ଦୀପାଳି ପ୍ରଧାନ, ପ୍ରାଧ୍ୟାପକ ମନୋଜ କୁମାର ଦଳାଇ, ରଞ୍ଜିତ ପ୍ରଧାନ, ଅନୁପ ଏକ୍କା, ଅଜିତ ବେକ୍, ଜିତେନ୍ଦ୍ର ଡାକୁଆ, ରାଜକୁମାର ସାହୁ, ଦୁର୍ଯ୍ୟୋଧନ ମାଝି, ପ୍ରିୟଙ୍କା ପଲାଇ ପ୍ରମୁଖ କଲେଜର ସମସ୍ତ ଅଧ୍ୟାପକ-ଅଧ୍ଯାପିକା ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

masiha

ବ୍ଲକ୍ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଶୁଭାରମ୍ଭ ତଥା ଶିକ୍ଷା ସଚେତନତା ରଥର ଉଦଘାଟନ 

masiha

ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ 

masiha

Leave a Comment

error: Content is protected !!