ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା:ଆମେ ଓଡିଆ ରାଉରକେଲା ଶାଖା ତରଫରୁ ବିଭିନ୍ନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ୪ଟି ପର୍ଯ୍ୟାୟରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ପଖାଳ ଦିବସ ପାଳନ ପରିପ୍ରେକ୍ଷୀରେ ଆମର ମହାନ ସଂସ୍କୃତି ଓ ପରମ୍ପରାକୁ ନେଇ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନ, ସେକ୍ଟର ୧ ସ୍ଥିତ ବିବେକାନନ୍ଦ ଶିକ୍ଷା ସଦନ, ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ଏବଂ ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟର ୮୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ପୃଥକ ପୃଥକ ଭାବରେ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି, ପରମ୍ପରା ,ଐତିହ୍ୟ, ସ୍ୱାଭିମାନ ଓ ଅସ୍ମିତା ଉପରେ ସଚେତନତା ମୂଳକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ବିଶେଷ କରି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା, ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରାଯାଇ କ୍ରମଶଃ ଆଜିର ଯୁବପିଢି କିପରି ଆମର ଖାଦ୍ୟପେୟ, ପୋଷାକ ପରିପାଟୀ, ଚାଲିଚଳଣ, ଆଚାର ବ୍ୟବହାର ପ୍ରତ୍ୟେକ କ୍ଷେତ୍ରରେ ସବୁକୁ ପାଶୋରି ଦେଇ ବିଦେଶୀ ସଂସ୍କୃତି ତଥା ଜୀବନଶୈଳୀକୁ ଆଦରି ନେଉଛନ୍ତି ସେ ସମ୍ପର୍କରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ। ଏଥିସହିତ ପଖାଳ ଦିବସର ମାହାତ୍ମ୍ୟ, ପଖାଳର ଉପଯୋଗିତା, ଉପକାର ଓ ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରାଯାଇ ଓଡ଼ିଆ ସଂସ୍କୃତିର ସୁରକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ପରେପରେ ଜଣା ଅଜଣା କାର୍ଯ୍ୟକ୍ରମ ପ୍ରଶ୍ନୋତ୍ତର ମାଧ୍ୟମରେ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆମେ ଓଡିଆର କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୌଦାମିନୀ ମୁଦାଲି, ପଦ୍ମିନୀ ବେହେରା, ସୌଭାଗିନୀ ମୁଦାଲି, ଶର୍ମିଳା କବିଶତପଥୀ ପ୍ରମୁଖ ସଞ୍ଚାଳନ କରିଥିଲେ। ୪ଟି ବିଦ୍ୟାଳୟର କାର୍ଯ୍ୟକ୍ରମରେ ଶାଖାର ସଭାପତି ଶମ୍ଭୁନାଥ ପରିଡ଼ାଙ୍କ ସଭାପତିତ୍ବରେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ ସମର ମୁଦାଲି, ଉପଦେଷ୍ଟା ଶଶଧର ପାତ୍ର ସଦସ୍ୟ ସତ୍ୟାନନ୍ଦ ବେହେରା, ଜଗନ୍ନାଥ ରାଉତ ବକ୍ତବ୍ୟ ରଖିବା ସହିତ ଅନ୍ୟତମ ସଦସ୍ୟ ସୁବ୍ରତ ମଲ୍ଲିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ଓ ଅନିଲ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସଫଳ ଋପ ଦେବାରେ ଡଃ.ସନାତନ ପ୍ରଧାନ, ଡଃ ଉମାକାନ୍ତ ପଣ୍ଡା,ନିହାରିକା ବସ୍ତିଆ,ଡଃ ଅନ୍ତର୍ଜିତା ନାୟକ, ଚାନ୍ଦମଣି ବେହୁରା, ଝିଲିମା ମହାନ୍ତି, ସସ୍ମିତା ପାଢ଼ୀ, ସବିତା ସାମଲ, ବିଜୟଲକ୍ଷ୍ମୀ ରାୟ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

ପାଟଣାଗଡରେ କୁଲତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!