ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଫେରିଲା ଦାଦନ ଶବ, ଥମୁନି ଦାଦନ୍ ଶ୍ରମିକଙ୍କ ଦୁଃଖ କାହାଣୀ

ପୁଣି ଫେରିଲା ଦାଦନ ଶବ, ଥମୁନି ଦାଦନ୍ ଶ୍ରମିକଙ୍କ ଦୁଃଖ କାହାଣୀ

ଜୁନାଗଡ଼,୨୦/୩(ମନୀସ)ଓଡିଶାର କୋଣ ଅନୁକୋଣରୁ ଗରିବ ନିରିହ ଲୋକମାନେ ନିଜର ପେଟ ପାଟଣା ପାଇଁ ଓ ଦୁଇ ପଇସା ଅଧିକ ମିଲିଲେ କିଛି ଗୋଟେ କାର୍ଯ୍ୟରେ ଲାଗିବ ବୋଲି ଘରୁ ଦାଦନ ଖଟିବାକୁ ବାହାରକୁ ଯାଇଥାନ୍ତି ସତ , କିନ୍ତୁ ଜିବନରେ କେତେବେଳେ କଣ ଘଟିଯିବ କେହି ମଧ୍ୟ କହିପାରନ୍ତି ନାହିଁ,,। କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମର ଭାରତି ମାଝି ସ୍ୱାମୀ ଦିବାକର ମାଝୀ ତାଆଙ୍କ ର ଦୁଇଟି ଝିଅ ଗୋଟିଏ ପୁଅ.ଭାରତି ଲୋକମାନଙ୍କ ସହିତ ହାଇଦ୍ରାବାଦ ରାଜଧାନୀ ସାଙ୍ଗରିଜିଲା ଅନ୍ତର୍ଗତ ଚିଙ୍ଗାଗର୍ ରେ ଗୋଟିଏ.ପ୍ଲାଇ ଉଡ଼ କମ୍ପାନୀରେ କାମ କରିବାକୁ ଯାଇଥିଲେ,, ହଠାତ୍ ଦିନେ ତାଙ୍କର ଦେହ ଅସୁସ୍ଥ ହେବାରୁ ସେ ସେହିଦିନ କାମ କରିବାକୁ ଗଲେ ନାହିଁ କିନ୍ତୁ ଭାଗ୍ୟର ବିଡମ୍ବନା ରାତିରେ ଶୋଇଥିବା ସମୟରେ ସେ ଭଲଲାଗୁ ନାହିଁ ବୋଲି ତାଙ୍କର ସାଙ୍ଗସାଥିକୁ କହି ହସ୍ପିଟାଲ ଯାଇଥିଲେ ଓ ତାଙ୍କର ସାଙ୍ଗ ମେଡ଼ିସିନ ଧରି ତାଙ୍କର ସେହି ଯାଗାକୁ ଯାଇ ଆଶ୍ରୟ ନେଇଥିଲେ,ହେଲେ ସକାଳର ସୁର୍ଯ୍ୟ ଉଇଲା ବେଲକୁ ତାଙ୍କର ଜିବନ ଚାଲିଯାଇଥିଲା.ଏହି ଖବର ଶୁଣି ସେହି କମ୍ପାନୀର କର୍ମଚାରୀ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେଇ ମର ଶରିରକୁ ନିଜ ରାଜ୍ୟ ସ୍ଥିତ କଳାହାଣ୍ଡି ଜିଲ୍ଲା ତାଲପଦର କୁ ପଠାଇ ଦେଇଥିଲେ.ଏହି ଖବର ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ଉପସ୍ଥିତି ହୋଇ ବହୁତ ଦୁଃଖ ଅନୁଭବ କରିବା ସହିତ ଗାଁ ର ଲୋକମାନେ ପରିବାରକୁ ସାନ୍ତ୍ଵନା ଦେଇଥିଲେ.ଗାଁ ଲୋକଙ୍କ କହିବା ଅନୁସାରେ ଭାରତି ର ନିରୀହ ତିନୋଟି ଛୁଆ। ଏମାନଙ୍କୁ ଯଦି ବଞ୍ଚିବାକୁ କିଛି ଆର୍ଥିକ ରାଶି ଏହି କମ୍ପାନୀ ଯୋଗାଇ ଦିଏ ତାହେଲେ ସେମାନେ ଆଗକୁ ବଞ୍ଚିପାରିବେ ବୋଲି ପରିପ୍ରକାଶ କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ରେ ସଦୀପ ହେଲେ ପ୍ରଥମ

Sunil Chandra Nayak

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ

Sunil Chandra Nayak

ଓ.ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳୀଆନ୍ ଏବେ ପ୍ରଶ୍ନ ଉଠିଛି

masiha

Leave a Comment

error: Content is protected !!