ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

ୱାଇଏମଏଫଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନାଚକ୍ର

 ରାଉରକେଲା : ୟୁଥ୍ ମୁଭମେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ନିଆରା ଆଲୋଚନା ଚକ୍ର ଓ ପ୍ରେରଣା ପ୍ରତିଭା ସମ୍ମାନ ସମାରୋହ ସ୍ଥାନୀୟ ଭଞ୍ଜ ଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହାକତ୍ୱ ଓ ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥିଙ୍କ ତତ୍ୱାବଧାନ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଓ ଉତ୍କର୍ଷତା ପ୍ରତିପାଦିତ କରିଥିବା ସ୍ୱାଵଲମ୍ଵୀ ଓ ସ୍ୱାଭିମାନୀ ମହିଳା ମାନଙ୍କୁ ସମ୍ମାନିତ ଓ ସମ୍ଵର୍ଦ୍ଧିତ କରାଯାଇଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଡାକ୍ତର ଭାଗିରଥି ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଗଣଙ୍କ ମଧ୍ୟରେ ସମାଜସେବୀ କମଲ ଅଗ୍ରୱାଲ, ଅନୀତା ଅଗ୍ରୱାଲ ମଞ୍ଚାସୀନ ଥିଲେ l ଅତିଥି ମନେ ନିଜ ନିଜ ବକ୍ତବ୍ୟ ରେ ମହିଳା ମାନଙ୍କ ସ୍ୱାବଲମ୍ବନତା ଓ ସଶକ୍ତିକରଣ ସମ୍ପର୍କ ରେ ଆଲୋଚନା କରିଥିଲେ l ଆଲୋଚନା ଚକ୍ରରେ ନାରୀ ସମାଜର ସ୍ୱାସ୍ଥ୍ୟ ରକ୍ଷା, ସାମାଜିକ ସୁରକ୍ଷା ଠାରୁ ନେଇ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳତା ଆଦି ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ୪ ଟି ପର୍ଯ୍ୟାୟରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସମସ୍ତ ବରେଣ୍ୟ ଆଲୋଚିକା ଗଣ ସମାଜରେ ଦୈନନ୍ଦିନ ଜୀବନ ଓ କର୍ମକ୍ଷେତ୍ରରେ ନାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ପର୍ଶକାତର ବିଷୟ ଯୈାନ ଉତ୍ପୀଡନ, ଘରୋଇ ହିଂସା, ଯୈାତୁକ ଜନିତ ଚାପ ତଥା ଯେ କୈାଣସି ପ୍ରକାର ର ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଁ ପ୍ରତି କାରକ ଆଇନ୍ ଉପରେ ବିଶଦ ଆଲୋଚନା ମାଧ୍ୟମରେ ସଚେତନତା ର ବାର୍ତ୍ତା ଦେଇଥିଲେ । ଏହି ଆଲୋଚନାଚକ୍ର ରେ ଡ ପୂର୍ଣ୍ଣିମା ଦତ୍ତ , ଆଇନଜୀବୀ ଆରତୀ ଚୌଧୁରୀ , ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ସମ୍ପାଦିକା ମହାନ୍ତି, ଡ଼ଃ ସରିତା ମଲ୍ଲ , ସାନ୍ତ୍ୱନା ପରିଡା , ପ୍ରଜ୍ଞା ପରିମିତା ଦାଶ , ସୁଷମା ପ୍ରସାଦ , ମଞ୍ଜୁରାଣୀ ମେହେର, ପୁର୍ଣ୍ଣିମା ମହାନ୍ତି , ବନ୍ଦିତା ମହନ୍ତ , କାମିନୀ ମହନ୍ତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ସୁନାମଧନ୍ଯା କଣ୍ଠଶିଳ୍ପୀ ନିଶିପଦ୍ମା ନନ୍ଦ, ଲୀନା ସେନାପତି , ପପିୟା ମଜୁମଦାର , ମାନାସୀ ଦାସ ମହାପାତ୍ର ପ୍ରମୁଖ ବିଭିନ୍ନ ଭାଷାରେ ମନଛୁଆଁ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମଣ୍ଡଳୀ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମରେ ଅଭିନେତା ସ୍ୱର୍ଗୀୟ ଉତ୍ତମ ମହାନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ସହରର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଚନ୍ଦ୍ର ଶେଖର ଶତପଥୀ, ଆର ମହାନ୍ତି, ଶୁଭାକାଂକ୍ଷୀ ଚୌଧୁରୀ, ସସ୍ମିତା ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୁଜାତା ରାଉତ ଙ୍କ ନିର୍ଦ୍ଦେଶନାରେ ଶ୍ରୀ ଡ଼୍ୟାନ୍ସ ଗୃପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

masiha

ଉତ୍କଳ ପରିଷଦ ତରଫରୁ ଓଡ଼ିଶା ଦିବସ ପାଳନ

masiha

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!