ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସକାଶେ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସକାଶେ ସାମ୍ବାଦିକ ସମ୍ମିଳନୀ 

ନବରଙ୍ଗପୁର:( ତା ୨୧.୩.୨୦୨୫)(ରବି ନାରାୟଣ ମହାନ୍ତି) ଆସନ୍ତା ୨୫.୩.୨୦୨୫ ତାରିଖ ଦିନ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସକାଶେ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସହକାରୀ ସଚିବ ଏବଂ ମିଶନ ନିର୍ଦ୍ଦେଶକ, ଦକ୍ଷତା ବିକାଶ ବିଭାଗ,ଭୁବନେଶ୍ୱର , ଜିଲ୍ଲା କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଦକ୍ଷତା ବିକାଶ ଅଧିକାରୀ ଶୁଭମ୍ ମହାପାତ୍ର ଉପସ୍ଥିତ ଥିଲେ। ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆସନ୍ତା ୨୫.୩.୨୦୨୫ ତାରିଖ ସକାଳ ୭.୦୦ ଘ ରୁ ୧୧.୦୦ ଘ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୩୦ ରୁ ୩୫ ଟି ନିଯୁକ୍ତି ଦାତା ସଂସ୍ଥା ଏବଂ ୧୦ ରୁ ୧୨ ଟିପ୍ରକଲ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେବେ। ଜିଲ୍ଲା ର ବେକାର ଯୁବକ ଯୁବତୀ ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ମାଧ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରେ ତାଲିମ ନେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ।ନବରଙ୍ଗପୁର ଜିଲ୍ଲାର ରୋଜଗାର ସନ୍ଧାନରେ ଥିବା ୫ ମ ଶ୍ରେଣୀ ପାସ ଠାରୁ ଦଶମ ଶ୍ରେଣୀ ଫେଲ ପର୍ଯ୍ୟନ୍ତ ଏବଂ ମାଟ୍ରିକ (୧୦ ମ ଶ୍ରେଣୀ)ପାସ ଠାରୁ ସ୍ନାତକ, ଆଇ ଟି ଆଇ, ଡିପ୍ଲୋମା ପାସ କରିଥିବା ଆଗ୍ରହୀ ଯୁବକ ଯୁବତୀ ମାନେ (୧୮ ରୁ ୩୫ ବର୍ଷ ମଧ୍ୟରେ) ଏହି ମେଳା ରେ ଭାଗ ନେଇପାରିବେ।ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣପତ୍ର,ଜାତି ପ୍ରମାଣପତ୍ର,ଫଟୋ ସହିତ ନିଯୁକ୍ତି ମେଳା ରେ ଯୋଗ ଦେଇପାରିବେ। ନିଯୁକ୍ତି ମେଳା ରେ ଦୂରଦୁରାନ୍ତରୁ ଯୋଗ ଦେବାକୁ ଆସୁଥିବା ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଯାନବାହନ ର ବ୍ୟବସ୍ଥା କରାଯାଉଛି।ମେଳା ରେ ଆସୁଥିବା ପାର୍ଥିଙ୍କ ପାଇଁ ପାନୀୟ ଜଳ,ଖାଦ୍ୟ,ଶୌଚାଳୟ ର ବ୍ୟବସ୍ଥା କରାଯାଉଛି।ସହକାରୀ ସଚିବ ଏବଂ କର୍ମ ନିୟୋଜନ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏହି ମେଳା ରେ ଯେଭଳି ବହୁ ସଂଖ୍ୟାରେ ଜିଲ୍ଲାର ବେକାର ଯୁବକ ଯୁବତୀ ଯୋଗ ଦେଇପାରିବେ ତା ଉପରେ ବିଶେଷ ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Medha Patkar Detained by Police at Rayagada Railway Station

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

Sunil Chandra Nayak

ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଆଦିବାସୀ ସମାବେଶ ଅନୁଷ୍ଠିତ 

masiha

Leave a Comment

error: Content is protected !!