ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧/୦୩(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗ ଦେଇଛନ୍ତି ଯୁବ ଶିକ୍ଷା ପ୍ରଶାସକ ଋଷିଆ ମେହେର । ସେ ଯୋଗ ଦେବା ଦିନଠାରୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏପରିକି ଶ୍ରୀ ମେହେର ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲଗୁଡିକରେ ଶିକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଅଚାନକ ଗସ୍ତ କରିବା ସହିତ କର୍ତ୍ତବ୍ୟରେ ଅବହେଳା କରୁଥିବା ପାଞ୍ଚଜଣ ଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ଏବେ ସାରା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ବର୍ଷ ବର୍ଷ ଧରି କର୍ତ୍ତବ୍ୟରେ ଅବହେଳା କରୁଥିବା, ସ୍କୁଲରେ ଅନୁପସ୍ଥିତ ରହୁଥିବା, ଶିକ୍ଷକତାକୁ ଆଳ କରି ଅନ୍ୟାନ୍ୟ ଧନ୍ଦାରେ ମାତିଥିବା ଶିକ୍ଷକମାନଙ୍କ ଭିତରେ ଏବେ ଛନକା ପଶିଛି । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେର ବ୍ଲକର ଘୋଡାପୋଖରୀ, ପୁଇଗୁଡା, କରନମୁଣ୍ଡା, ଟୁରିସିମେଲ, ପ୍ରାଥମିକ ବିଦ୍ୟାଳୟ ସହିତ ପାଇକ ଥୁଆଗୁଡା ୟୁପି ସ୍କୁଲ ଓ ବିଜେପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯିବା ସହିତ ସେଠାରେ ପାଞ୍ଚଜଣ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ସଂପର୍କରେ ଅବଗତ ହୋଇଥିଲେ । ଏହାପରେ ତୁରନ୍ତ ପଦକ୍ଷେପ ନେବା ସହିତ ପାଞ୍ଚଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ତୁରନ୍ତ ଦରମା ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେରଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ ତଥା ସ୍ଥାନୀୟ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ଥିଲେ । ସେହିପରି ଶ୍ରୀ ମେହେର ଆଜି ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ ସୀତାପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସେଠାରେ ମଧ୍ୟାହ୍ନଭୋଜନର ମାନ ପରୀକ୍ଷା କରିବାକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ନିଜେ ମଧ୍ୟାହ୍ନଭୋଜନ ଖାଇଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଗ୍ରାଉଣ୍ଡ ଜୀରୋ ପରିଦର୍ଶନ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ କର୍ତ୍ତବ୍ୟରେ ଲଗାତାର ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିବାବେଳେ ଅଭିଭାବକ, ସାଧାରଣ ଲୋକେ ଓ ବୁଦ୍ଧିଜୀବୀ ମହଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରାଯାଇଛି । 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

Sunil Chandra Nayak

ଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୋଧରେ କନଭେନସନ

Sunil Chandra Nayak

Leave a Comment

error: Content is protected !!