ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବଗିରି ମଠରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ 

ଦେବଗିରି ମଠରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ 

ନର୍ଲା,୧୩|୬: ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ଦେବଗିରି ମଠରେ ଶନିବାର ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ ବୈଠକର ଅଧ୍ୟକ୍ଷତା କରିଥିଲେ ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡାମାଝୀ। ଆଗାମୀ ୨୯ ତାରିଖ ଦିନ ଦେବଗିରି ମଠରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏହିଦିନ ଅପରାହ୍ନ ୩ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁ ଦଧିବାମନ ଜୀଉଙ୍କ ମହାସ୍ନାନ ହେବ। ଭକ୍ତମାନେ ସ୍ନାନଯାତ୍ରାରେ ସାମିଲ ହେବାକୁ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ଆଜିର ଏହି ବୈଠକରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ରଜନୀ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ଦେବରାଜ ଗଉଡ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ସେବାୟତ ତପିବର ଦାସ, ହରି ଦାସ, ରୋମାଞ୍ଚଳ ଦାସ, ବିଭିଷଣ ଦାସ, ରାମଚନ୍ଦ୍ର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଗୋପାଳ ସେବକ ଟିକେ ଗଉଡ, ରାକ୍ସି ସରପଞ୍ଚ ହେମନ୍ତ ପୋଢ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ସରୋଜିନୀ ବଗର୍ତ୍ତି, ସୁଧୀର ଧଙ୍ଗଡାମାଝୀ, ଅର୍ଜୁନ ପଧାନ, ଜଗନ୍ନାଥ ଧଙ୍ଗଡାମାଝୀ, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଧି ମାଝୀ, କାନ୍ତ ମାଝୀ, ଡୁମେର ଗଣା, ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ତଥା ବିଖ୍ୟାତ ଆଇନଜୀବୀ ସଞ୍ଜୟ ଧଙ୍ଗଡାମାଝୀ ସଭା ପରିଚାଳନା କରିଥିବାବେଳେ ପୂର୍ବା ଗଉଡ ଓ ଧର୍ମେନ୍ଦ୍ର ଧଙ୍ଗଡାମାଝୀ ଭାଗବତ ପାଠ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ମେଗା ଅଏଲ୍ ପାମ୍ ରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ 

Sunil Chandra Nayak

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

masiha

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!