ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ରକ୍ତଦାନ କରି ମଣିଷପଣିଆର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ ଶାନ୍ତି ମାଝୀ 

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ରକ୍ତଦାନ କରି ମଣିଷପଣିଆର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ ଶାନ୍ତି ମାଝୀ 

ରୁପ୍ରା, 13/6 (ଅଜୟ ସେନାପତି ) : କେସିଙ୍ଗା ବ୍ଳକ୍ ଅନ୍ତର୍ଗତ ପରଲସିଙ୍ଗା ଗାଁ ର ବେସାହାରା ମହିଳା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଓ’ ପଜିଟିଭ୍ ବର୍ଗର ରକ୍ତର ହଟାତ ଆବଶ୍ୟକ ପଡିଥିଲା । ତେବେ ସେହି ସମୟରେ ରକ୍ତ ଭଣ୍ଡାରରେ ଓ’ ପଜିଟିଭ୍ ବର୍ଗର ରକ୍ତ ମହଜୁଦ ନଥିବାରୁ ରକ୍ତଭଣ୍ଡାରର କର୍ମଚାରୀ ଏବଂ ଡାକ୍ତର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟlର ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶାନ୍ତି ମାଝୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଏହି ବିଷୟରେ ଶାନ୍ତି ମାଝୀ ଅବଗତ ହେଲାପରେ ରକ୍ତ ଯୋଗାଡ଼ କରିବା ପାଇଁ ଚେଷ୍ଟା କରିଥିଲେହେଁ ରକ୍ତ ଯୋଗାଡ଼ ହୋଇ ନପାରିବାରୁ ନିଜେ ନିଜର ସ୍କୁଟି ମାଧ୍ୟମରେ ଏପରିକି ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ନର୍ଲା ରୁ ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ବହୁମୂଲ୍ୟ ରକ୍ତଦାନ କରିଥିଲେ । ଶାନ୍ତି ମାଝୀ ପେଶାରେ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଥିବାବେଳେ ନିଶା ତାଙ୍କର ସମାଜସେବା । ଜଣେ ମହିଳା ହୋଇ ମଧ୍ୟ ରକ୍ତଦାନ କ୍ଷେତ୍ରରେ ସେ ଜଣେ ଆଗଧାଡିର ଯୋଦ୍ଧା କହିଲେ ଅତ୍ୟୁକ୍ତି ହେବନାହିଁ । ସର୍ବମୋଟ 18ଥର ରକ୍ତଦାନ କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବା ସାଙ୍ଗକୁ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି l ସେହିପରି ଜୀବନର ଶେଷ ପର୍ଯ୍ୟନ୍ତ ରକ୍ତଦାନ କରି ଚାଲିଥିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ସମେତ ରାଜ୍ୟ ସ୍ତରରେ ମଧ୍ୟ ଅନେକ ଥର ସମ୍ମlନିତ ହୋଇ ନର୍ଲା ଅଂଚଳକୁ ଗୌରାବାନ୍ୱିତ କରିଛନ୍ତି l।

Related posts

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

masiha

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

Sunil Chandra Nayak

Leave a Comment

error: Content is protected !!