ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲା ମାନଙ୍କର ସ୍ବାଗତ ଓ ଗ୍ରାଜୁଏସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟ ର ଅଧ୍ୟକ୍ଷା ଡ ମିନାକ୍ଷୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ l ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲର ଅଧକ୍ଷ ଜଳଧର ମହାପାତ୍ର ଅତିଥି ମାନଂକୁ ସ୍ବାଗତ କରିଥିଲେ ଓ ପିଲା ମାନଙ୍କୁ ସ୍କୁଲରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ସାଙ୍ଗେ ଅନେକ ନୈତିକ ଶିକ୍ଷା ଯୋଗାଇ ଦିଆଯାଉଛି ବୋଲି କହିଥିଲେ।

ସଭାକାର୍ଯ୍ୟ କୁ ସ୍ଵର୍ଣ୍ଣଲତା ସାମଲ ପରିଚାଳନା କରିଥିଲେ ଓ ପିଲାମାନେ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟଅତିଥି ଓ ସମ୍ମାନୀୟ ଅତିଥି ପିଲାମାନଙ୍କୁ ମାନପତ୍ର ବିତରଣ କରିଥିଲେ । ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ l ଶେଷରେ ଜଲି କରୱା ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟାଙ୍କି ଅଛି , ପାଣି ନାହିଁ ବସୁଧା ଯୋଜନା କାହାପାଇଁ?

masiha

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ଅସରାଏ ବର୍ଷାରେ ରାସ୍ତା ବେହାଲ

masiha

Leave a Comment

error: Content is protected !!