ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରଗୌରୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

ହରଗୌରୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ତତ୍ୱବଧାନରେ ଆଜି କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଯୁବକ ସଂଘ ତରଫରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା କଶୃପଡା ବନ ରକ୍ଷୀ ରୁକ୍ମଣୀ ମାଝୀ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ହେମନ୍ତ ସାହୁ, ଗ୍ରାମର ମୁଖିଆ ଜନ୍ମେଜୟ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ମଞ୍ଚାସିନ ରହି ଆମ ଜୀବନ ରେ ଜଳ ର ଆବଶ୍ୟକତା, ସଂପ୍ରତି ଦେଖା ଯାଉଥିବା ଜଳ ସଙ୍କଟ, ଆଗାମୀ ପିଢ଼ି ଙ୍କ ପାଇଁ ଜଳ ସଂରକ୍ଷଣ ରେ ଯୁବ ସମାଜର ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ । ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀ, ସମ୍ପାଦକ ତୀର୍ଥରାଜ ବନଛୋର, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହୃଦାନନ୍ଦ ସାହୁ, ନୀଳକଣ୍ଠ ସାହୁ, ଅମର ଭୋଇ, ରିଙ୍କୁ ନନ୍ଦ, କେଶବ ନନ୍ଦ, ଲିଙ୍ଗରାଜ ଜାନୀ ସମେତ ଅମର ମହାବିଦ୍ୟାଳୟ ଏନ ଏସ ଏସ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଜଳ ସୁରକ୍ଷା ଉପରେ ଶପଥ ପାଠ କରିଥିଲେ l ସଂଘ ର ସମସ୍ତ ସଦସ୍ୟ ସଦସ୍ୟା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଇନ୍ଦ୍ରାବତୀ ଠାରୁ କେସିଙ୍ଗାକୁ ବାବୁଲି ନାମକ ଘରୋଇ ବସ ଚଳାଚଳ କରିବା ପାଇଁ ଦାବୀ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

ଦୈନିକ ଅପରାହ୍ନ ର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ  କୁଞ୍ଜବିହାରୀ ରାଉତ ଙ୍କୁ ସୃଜନଶ୍ରୀ ସମ୍ମାନ …..

masiha

Leave a Comment

error: Content is protected !!