ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

( ଏନଆଇଏଲପି.)ନବ ଭାରତ ସାକ୍ଷରତା (ଉଲ୍ଲାସ ) କାର୍ଯ୍ୟକ୍ରମ ରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ             

( ଏନଆଇଏଲପି.)ନବ ଭାରତ ସାକ୍ଷରତା (ଉଲ୍ଲାସ ) କାର୍ଯ୍ୟକ୍ରମ ରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ             

ନବରଙ୍ଗପୁର:(୨୩|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ର ବିଭିନ୍ନ ବିଦ୍ୟାଳୟରେ ନୀରିକ୍ଷକ ମାନଙ୍କ ଅଧ୍ୟକ୍ଷତାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଛି l।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ ବିଦ୍ୟାଳୟ ଅନ୍ତର୍ଭୁକ୍ତ ରୁ ୧୫ ରୁ ୩୫ ବର୍ଷ ମଧ୍ୟରେ ପାଠ ପଢ଼ିନଥିବା ବ୍ୟକ୍ତି ସମୁହଙ୍କୁ ପଢ଼ିବା, ଲେଖିବା ଓ ବ୍ୟବହାରିକ ଗଣିତ ବାବଦରେ ଜାଣିବା ପାଇଁ ଭାରତ ସରକାରର ନିଆରା କାର୍ଯ୍ୟକ୍ରମ ରେ ଯୋଗଦାନ କରାଯାଇଥିଲା ।ଉଲ୍ଲାସ ପୁସ୍ତକ ରେ ପଢିବା ,ଲେଖିବା ଓ ବ୍ୟବହାରିକ ଗଣିତ ବାବଦରେ ଧାରଣା ପାଇଛନ୍ତି ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ମୌଳିକ ସାକ୍ଷରତା ପରିଚାଳନା ଓ ପରିଦର୍ଶନ କରି ପରିକ୍ଷାର୍ଥୀମାନଙ୍କ ସହ ଆଲୋଚନା ରେ ଭାରତ ସରକାରଙ୍କ ନବଭାରତ ସାକ୍ଷର କାର୍ଯ୍ୟକ୍ରମର ମୌଳିକ ସାକ୍ଷରତା ପରୀକ୍ଷା ଦେଇ ଖୁସି ବ୍ୟକ୍ତ ସହ ସାର୍ଟିଫିକେଟ କାମରେ ଲାଗିବ ବୋଲି ଖୁସି ପ୍ରକଟ କରିଥିଲେ ।ଏ.ବି. ଇ. ଓ. ସୁଦର୍ଶନ ନାୟକ ବିଭିନ୍ନ ସାକ୍ଷରତାର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।ଲୋକ ମାନଙ୍କ ମଧ୍ୟରେ ସଚେତନତା ରୁ ଦେଶ ରେ ଶିକ୍ଷା ଅଗ୍ରଗତି ପାଇଁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ଓ ଶିକ୍ଷିତ ହାର ବୃଦ୍ଧିପାଇଁ ଭାରତ ସରକାରଙ୍କର କାର୍ଯ୍ୟକୁ ଲୋକ ସମୁହ ପ୍ରଶଂସା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!