ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦପୁର୍ଣ୍ଣ ଅବସ୍ଥାରେ ଅଙ୍ଗନ ୱାଡି କେନ୍ଦ୍ର

ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ଏନ ଏ ସି ଅନ୍ତର୍ଗତ ୱାର୍ଡ ନଂ ୨ ଶାନ୍ତି ନଗର ଠାରେ ଥିବା ୧ ନମ୍ବର ଅଙ୍ଗନ ୱାଡି କେନ୍ଦ୍ର ବିପଦ ପୁର୍ଣ୍ଣ ଅବସ୍ଥାରେ ଥିବା ବେଳେ ସେହି କୋଠରୀ ମଧ୍ୟରେ ଛାତ୍ରଛାତ୍ରୀ ମାନେ ଅଧ୍ୟନୟନ କରୁଛନ୍ତି । ଏହି ଅଙ୍ଗନ ୱାଡି କେନ୍ଦ୍ର ବିଗତ ଚାରି ବର୍ଷ ମଧ୍ୟରେ ନିର୍ମାଣ ହୋଇଥିବା ବେଳେ ଅଙ୍ଗନ ୱାଡି କେନ୍ଦ୍ରର ସମସ୍ତ ଚଟାଣ ଭାଙ୍ଗି ଯାଇଥିବାଏବଂ  କୋଠରୀ ଭିତରେ ଲାଗିଥିବା ମାର୍ବଲ ଗୁଡିକ ଉଠି ବିପଦ ପୁର୍ଣ୍ଣ ଭାବରେ ଅଛି । କେନ୍ଦ୍ରର ସମସ୍ତ କାନ୍ଥ ଫାଟି ବିପଦ ପୁର୍ଣ୍ଣ ଭାବରେ ରହିଛି । ମାର୍ବଲ ଗୁଡିକ ଉଠି ଯାଇଥିବାରୁ ସେହି ଗର୍ତ ଗୁଡିକରେ ସାପ ତଥା ସରୀସୃପ ଜାତୀୟ ଯିବ ଗୁଡିକ ରହିବାର ସମ୍ଭାବନା ରହିଛି ଅନ୍ୟ ପକ୍ଷରେ କେନ୍ଦ୍ରର ତିନି ପାର୍ଶ୍ୱରେ ଲଟା ବୁଦା ଢାଙ୍କି ବିପଦକୁ ଦ୍ଵି ଗୁଣିତ କରିଛି । ଏଠାରେ ପ୍ରଶ୍ନ ଉଠେ ସମସ୍ତ ଅଙ୍ଗନ ୱାଡି କେନ୍ଦ୍ରକୁ ସରକାର ସ୍ଵଛ ସୁନ୍ଦର ମଧ୍ୟରେ ରଖିଥିବା ବେଳେ ଏଠାରେ ଏତେ ବ୍ୟତିକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଖଡ଼ିଆଳ ସି ଡି ପି ଓ ମନ କୁମାରୀ ଲମ୍ବୋଙ୍କ ମୋବାଇଲ ବନ୍ଦ ଥିବା ବେଳେ ଦାଇତ୍ଵରେ ଥିବା ଅଙ୍ଗନ ୱାଡି ସୁପର ଭାଇଜରଙ୍କୁ ପଚାରିବାରୁ ସେହି କେନ୍ଦ୍ରକୁ ମରାମତି କରିବା ପାଇଁ ବର୍ଷେ ହେଲା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛି ହେଲେ ମରାମତି ହୋଇ ପାରୁ ନାହିଁ ବୋଲି କହିଥିଲେ । ତେଣୁ ତୁରନ୍ତ ବିପଦ ପୁର୍ଣ୍ଣ ଅଙ୍ଗନ ୱାଡି କେନ୍ଦ୍ରକୁ ମରାମତି କରି ଶିକ୍ଷା ଦାନ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରସୂତି ମହିଳାର ମୃତ୍ୟୁ

Sunil Chandra Nayak

କୁଡୁମି ସଂଗଠନ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସଂଗଠନର ରାଇରଙ୍ଗପୁରରେ ପ୍ରତିବାଦ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!