ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୦୬ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୯୩ ଟି ବ୍ୟକ୍ତିଗତ ୧୩ ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ ଥିଲା lଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଅସହାୟ ମହିଳା ହିରାବାଇ ଜଗତ ଗାଁ ଡୁଙ୍ଗୁରିପାଲି ଗ୍ରାପ ବୁଦ୍ଧି କୋମନାଙ୍କୁ ଦଶ ହଜାର ଟଙ୍କା ଆଶୁ ସହାୟତା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଯୋଗାଇ ଦିଆ ଯାଇଥିଲା ଲ ୮୪ ଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ଵିକୃତୀ ପଟ୍ଟା , ୩ ଟି ଗୋଷ୍ଠୀଙ୍କୁ ଅଧିକାର ପଟ୍ଟା, ୭ ଟି ଗୋଷ୍ଠୀଙ୍କୁ ଜଙ୍ଗଲ ସମ୍ବଳ ଅଧିକାର ପଟ୍ଟା ଜିଲ୍ଲାପାଳ, ଡି ଏଫ୍ ଓ, ଡି ଡବ୍ଲୁଓ ଏବଂ ଉପସ୍ଥିତ ଅଧିକାରୀ ପ୍ରଦାନ କରିଥିଲେ। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧରଣୀଧର ସେନାପତି, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l କୋମନା ବିଡ଼ିଓ ବିନୟ କୁମାର ଭୋଇ, ତହସିଲଦାର ପ୍ରୟାଶୀ ପ୍ରଧାନ,ଡେପୁଟି କଲେକ୍ଟର ଶେଖ୍ ନସିମ,ହେମନ୍ତ ପୁଟା, ଏ ବିଡ଼ିଓ ଭକ୍ତବନ୍ଧୁ ବୁଡେକ୍ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା, ଯେଉଁଠାରେ ବିଶେଷଜ୍ଞ ଡାକ୍ତରମାନେ ଏଵଂ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ l ସେହିପରି ସ୍ଥାନୀୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା l 

 ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୋଗ ଶିବିରରେ ସମସ୍ତଙ୍କ ପାଇଁ ଟେଣ୍ଟ, ଚୌକି ଓ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାଲୁଲତା ରେ ବାଉଁଶ ସାମଗ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ 

masiha

ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ଜୟରାମ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ 

masiha

Leave a Comment

error: Content is protected !!