ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଷ୍ଟ କରଣ ସଂଘର କର୍ମକର୍ତ୍ତା ଚୟନ 

ଶିଷ୍ଟ କରଣ ସଂଘର କର୍ମକର୍ତ୍ତା ଚୟନ 

ନବରଙ୍ଗପୁର:(୨୩|୩)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ଶିଷ୍ଟ କରଣ ସଂଘର ସଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଭାରପ୍ରାପ୍ତ ସଭାପତି ତଥା ଉପ ସଭାପତି କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ମହେଶ ପଟ୍ଟନାୟକ ପରିଚାଳନା କରିଥିଲେ। ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଟ୍ଟନାୟକ ଆୟ ବ୍ୟୟର ହିସାବ ଗୃହରେ ଉପସ୍ଥାପନ କରିଥିଲେ। ଏହାପରେ ସଂଘର ନୂତନ କର୍ମକର୍ତ୍ତାଙ୍କ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ଆଇନ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ, ଉପଦେଷ୍ଟା ଭାବେ ପି ରାମ ମୂର୍ତ୍ତୀ ପଟ୍ଟନାୟକ, ରବି ପଟ୍ଟନାୟକ ଏଵଂ ପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ନୂତନ ସଭାପତି ରୂପେ ସତୀଶ ପଟ୍ଟନାୟକ, ଉପ ସଭାପତି ରୂପେ କିଶୋର ପଟ୍ଟନାୟକ, ସଧାରଣ ସମ୍ପାଦକ ରୂପେ ମହେଶ୍ୱର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବରେ ଅବନୀ ପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରୂପେ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କୁ ସର୍ଵ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। କାର୍ଯ୍ୟକାରୀ ସଦସ୍ୟ ଭାବେ ରାମ କୃଷ୍ଣ ପଟ୍ଟନାୟକ, ଏସ ନାରାୟଣ ରାଓ, ମୁରଲୀ ଧର ପଟ୍ଟନାୟକ, ଦାନ୍ତେଶ୍ୱର ଦାଶ, ରାଜ କିଶୋର ପଟ୍ଟନାୟକ, ତିରୁମଲ୍ ପ୍ରସାଦ ପଟ୍ଟନାୟକ, ରମେଶ ପଟ୍ଟନାୟକ, କୃଷ୍ଣ ମୋହନ ପଟ୍ଟନାୟକ, ଏମ ଭି ରାମନା, ଏସ ଏନ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ଜଗଦୀଶ ପଟ୍ଟନାୟକ, କିଶାନ ପଟ୍ଟନାୟକ, ଗଙ୍ଗା ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ସୌରଭ ପଟ୍ଟନାୟକ, ଆର୍ ରାମ ଚନ୍ଦ୍ର ପଟ୍ଟନାୟକ ଏବଂ ସୁଜାତା ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ନୂତନ କର୍ମକର୍ତ୍ତା ମାନଙ୍କୁ ବୈଠକରେ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବୈଠକରେ ବକ୍ତା ମାନେ ସଂଘର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ଜିଲ୍ଲାର ପ୍ରତ୍ୟେକ ପରିବାରକୁ ସଂଘରେ ସାମିଲ କରି ସଂଘକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାରେ ବସବାସ କରୁଥିବା ପ୍ରତ୍ୟେକ ଶିଷ୍ଟ କରଣ ସଂଘର ପରିବାର ବର୍ଗଙ୍କୁ ନେଇ ଆଗାମୀ ଦିନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋପାଳ ସ୍ମୃତି ବିଦ୍ୟାପୀଠ ୧୯୭୮ ମାଟ୍ରିକ ବ୍ୟାଚର ବାର୍ଷିକୋତ୍ସବ 

Sunil Chandra Nayak

ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!