ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର

ଆତ୍ମ ସୁରକ୍ଷା ତାଲିମ ଶିବିର

ଜୁନାଗଡ଼,୨୪/୩(ମନୀ ସ)ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ପ୍ରଥମ ବର୍ଷ ଯୁକ୍ତ ତିନି କଳା ଓ ବିଜ୍ଞାନ ର ୮୭ ଜଣ ଛାତ୍ରୀ କୁ ନେଇ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼, ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ହିମାଦ୍ରି ନାଏକ ଅଧ୍ୟକ୍ଷା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ, ଜୁନାଗଡ଼, ସମ୍ମାନ୍ନିତ ଅତିଥି ଭାବେ ଶ୍ରୀମତୀ ସାଗରିକା ଦାସ ପ୍ରାଧ୍ୟାପିକା ଏତିହାସ ବିଭାଗ ର ମୁଖ୍ୟ, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାମିଲ୍ କାର୍ଯ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ଶ୍ରୀ ସମୀର କୁମାର ସାହୁ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ, ଧନ୍ୟବାଦ ଅର୍ପଣ କରିଥିଲେ ସମୀର କୁମାର ସାହୁ ଖେଳ ଶିକ୍ଷକ, ପ୍ରଶିକ୍ଷିକl ମିସ୍ ଜଳି ପରାଭୋଇ ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ lଏହି କାର୍ଯ୍ୟକ୍ରମ ରେ ବିକାଶ ବେହେରା, ରାଜକୁମାରୀ ବେମାଲ, ଅକୃର ନାଏକ ବାବୁଲି ଗୋପାଳ ସହଯୋଗ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

masiha

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ  ଲୋକ ଅଦାଲତ

masiha

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!