ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ ୨୫/୩ ( ମନୀ ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗଣେଶଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ଖଲିଲ ନ।ଏକ ମୁଖ୍ୟ ଅତିଥି ,ଶିକ୍ଷାବିତ ପଦ୍ମ ନାଭ ନାଗ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ସ୍କୁଲ କମିଟି ସଭାପତି ଜୟରାମ ରଣା ,ସମାଜସେବୀ ଶ୍ରୀପତି ପଟେଲ ,ବିଧାନ ନ।ଏକ ,ସାଧୁରାମ ପଟେଲ ଏବଂ ଆଶା କର୍ମୀ କ୍ଷମା ଶିଳା ଛ ତ୍ରିଆ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀମେହେର ବିଦ୍ୟାଳୟରେ ଖାଲି ପଡିଥିବା ଖେଳ ଶିକ୍ଷକ ଓ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ପୂରଣ ଦିଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍କୁଲ ଶ୍ରେଣୀ ଗୃହ ଅଭାବ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ହର ପ୍ରିୟା ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅରୁପମ। ନନ୍ଦି ,ଶିକ୍ଷକ ଶାନ୍ତନୁ ରାଉତ , ଦୁର୍ବାସ। ପଟେଲ ,ପ୍ରତାପ ମଳିକ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ବେଶ ମନକୁ ଛୁଇଁ ଥିଲା । କାର୍ଯ୍ୟକ୍ରମ ରେ ସମାୟାନୁବର୍ତିତ। ଓ ଆଦର୍ଶ ଶିକ୍ଷକ ଭାବରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ୱର ମାଝି ଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା ।ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମେହେର । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ

masiha

ପାଚିକା ଓ ସହାୟିକାଙ୍କ ପାଇଁ ବ୍ଲକ ସ୍ତରିୟ ପ୍ରଶିକ୍ଷଣ

masiha

Leave a Comment

error: Content is protected !!