ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ତାଲିମ 

କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ତାଲିମ 

ଡାବୁଗାଁ, ୨୫/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କାର୍ବନ ନିରପେକ୍ଷତା ଅବଲମ୍ବନ କରିବା, ତଦ୍ୱାରା କିପରି ଜଳବାୟୁ ନିୟନ୍ତ୍ରଣ ହେବ, ସବୁଜ ପରିବେଶ ଗଠନ ହୋଇପାରିବ, ଧୂମ୍ର ବିହୀନ ଯାନ ଚାଳନା, ସୌର ଶକ୍ତିର ବିନିଯୋଗ, ବୃକ୍ଷ ରୋପଣ, ବାୟୁ ଶକ୍ତି ଓ ଜଳ ଶକ୍ତିର ବ୍ୟବହାର କରିବା, ବସ୍ତୁର ପୁନଃ ବିନିଯୋଗ କରାଯିବା ବିଷୟ ଗୁଡିକ ଉପରେ ତାଲିମ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ସିପି ପ୍ରବୀଣ କୁମାର ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ l ଏଥିରେ ୭ ଜଣ ଏମବିକେ, ୧୩ ସିଆରପି, ୩୦ ଅଙ୍ଗନୱାଡି କର୍ମୀ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

masiha

Leave a Comment

error: Content is protected !!