ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

ନବରଙ୍ଗପୁର :(ତା ୨୪.୩.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୂଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ ଭାରତବର୍ଷ ରୂପେ ଦେଖିବାକୁ ଆମ ସମସ୍ତଙ୍କ ମିଳିତ ଦାୟିତ୍ଵ ରହିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ସଭାରେ ଅନ୍ୟମାନଂକ ମଧ୍ୟରେ ଏ ଡି ପି ଏଚ ଓ ( ଏଫ୍ ଡବ୍ଲୁ) ଡ ମଳୟ ତ୍ରିପାଠୀ, ଏ ଡି ପି ଏଚ ଓ ( ଟିବି) ଡ ସୁକାନ୍ତ ଶତପଥୀ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଡବ୍ଲୁ ଓ ଭାରତ ଚନ୍ଦ୍ର ସାହୁ ଙ୍କ ସମେତ ଶିକ୍ଷା ବିଭାଗ ଅଧିକାରୀ,ସମାଜ କଲ୍ୟାଣ ବିଭାଗ ଅଧିକାରୀ,ବିଦ୍ୟା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ,ନର୍ସିଂ କଲେଜ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଯକ୍ଷ୍ମା ଏକ ବାୟୁ ବାହିତ ସଂକ୍ରାମକ ରୋଗ ଏବଂ ଏହାର କାରଣ,ନିରାକରଣ, ଚିକିତ୍ସା, ପ୍ରତିରୋଧ ପାଇଁ ପ୍ରଚାର ଉପରେ ଉପସ୍ଥିତ ଡାକ୍ତରମାନେ ସବିଶେଷ ଆଲୋଚନା କରିଥିଲେ। ଚଳିତ ବର୍ଷର ଯକ୍ଷ୍ମା ନିରାକରଣ ନିମନ୍ତେ ” ପ୍ରତିବଦ୍ଧତା, ନିବେଶ ଓ ସଫଳ କାର୍ଯ୍ୟାନୁଷ୍ଠାନ ଦ୍ଵାରା ଯକ୍ଷ୍ମା ର ଅନ୍ତ କରିବା”ସନ୍ଦେଶ ରହିଛି।ଏହି ରୋଗ ହେଲେ ଅଣ ଦେଖା ନ କରି ଡାକ୍ତର ଖାନା ରେ ମାଗଣା ରେ ମିଳୁଥିବା ଔଷଧ ସେବନ ଓ ପୃଷ୍ଟିସାରଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ଡି ପି ଏ ଚ ଓ ଡ ବେହେରା କହିଥିଲେ। ଗ୍ରାମ,ପଞ୍ଚାୟତ ସ୍ତର,ବ୍ଲକ୍ ଏବଂ ସହର ରେ ଏହି ଯକ୍ଷ୍ମା ରୋଗର ସମୁଲେ ବିନାଶ ପାଇଁ ବ୍ୟାପକ ପ୍ରସ୍ତୁତି,ସ୍ବାସ୍ଥ୍ୟ କେନ୍ଦ୍ରରେ ଔଷଧ ମହଜୁଦ, ଔଷଧ ସେବନ,ବୀ ସି ଜି ଟୀକାକରଣ,ବାୟୁ ଚଳାଚଳ କୋଠରୀରେ ରହିବାବ୍ୟବସ୍ଥା , ପୃଷ୍ଟିକର ଖାଦ୍ୟ ଗ୍ରହଣ,ବିଶେଷ ପ୍ରଚାର ଓ ସଚେତନତାକୁ ଗୁରୁତ୍ବ ଦେବାକୁ ଅତିଥି ମାନେ କହିଥିଲେ।ଏହି ଅବସରରେ ଯକ୍ଷ୍ମା ଦିବସ ଉପରେ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏ ଡି ପି ଏଚ ଓ ( ଯୋଗାଯୋଗ) ରାମହରି ପଣ୍ଡା ସଭାର ସଂଯୋଜନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ବାର୍ଷିକ ଉତ୍ସବ

Sunil Chandra Nayak

କାରଗିଲ ବିଜୟ ଦିବସ ପାଳିତ 

masiha

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!