ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ରାଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ       

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ରାଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ                       

କେନ୍ଦ୍ରାପଡ଼ା: (ମସିହା ନିୟୁଜ) ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳୁଛି ଆଜି ସାରା ଦେଶ। ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଉପଲକ୍ଷେ ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଆଜି ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଦର ଶୈଳେନ୍ଦ୍ର ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସ ପକ୍ଷରୁ ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମରେ ରାଜନଗର ବାସୀଙ୍କ ଜନପ୍ରିୟ ଲୋକ ତଥା ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ଆଜି ଶୈଳନ୍ଦ୍ର୍ ନାରାୟଣ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସରକାରୀ ଏ ବିଓ ଶିବ ପ୍ରସାଦ ବେହେରା. ସୁଭେଦର୍ ମେଜର. ଶିକ୍ଷକ ବୈଲୋଚନ ଦାସ ଗଗନ ବିହାରୀ ସ୍ୱାଇଁ. ଓ ଅନ୍ୟମାନେ ମଂଚାସୀନ ଥିଲେ।ବିଭିନ୍ନ ସ୍କୁଲ ର ଚଉଦ ଜଣ ଛାତ୍ର ଛାତ୍ରୀ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ରାଜନଗର ଥାନା ପକ୍ଷରୁ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ପୁରସ୍କାର ବିତରଣ କରିଥିଲେ।ଅନ୍ୟପଟେ ପୋଲିସ୍ ପ୍ରଶାସନ ଦ୍ଵାରା ଲୌହ ମାନବ ଙ୍କ ଜନ୍ମ ଜୟନ୍ତୀ କୁ ଦୁଇ ଦିନ ଧରି ବ୍ୟାପକ ଭାବେ ପାଳନ କରାଯିବ!

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଥପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

masiha

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

Leave a Comment

error: Content is protected !!