ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ‘ସାଧନା’ ମଞ୍ଚସ୍ଥ 

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ‘ସାଧନା’ ମଞ୍ଚସ୍ଥ 

ରାଉରକେଲା: ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ର ତୃତୀୟ ସଂଧ୍ୟାର ଉତ୍ସବକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଂଚଳିକ ପ୍ରବନ୍ଧକ ଅସୀମ ଘୋଷ୍ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବରେ ରାଉରକେଲା ଇସ୍ପାତ କାରଖାନାର ମହାପ୍ରବନ୍ଧକ ବିଜୟ କୁମାର ଜୋଜୋ ଓ ଏଲ୍‌. ଆଇ.ସି. ଅଫ୍ ଇଣ୍ଡିଆର ମାର୍କେଟିଂ ମ୍ୟାନେଜର ପ୍ରଭାତ କୁମାର ପୃଷ୍ଟି, ଅନ୍ୟତମ ସମ୍ମାନିତ ଅତିଥିଭାବେ ଏଲଆଇସି ର ବରିଷ୍ଠ ପ୍ରବନ୍ଧକ ସରୋଜ କୁମାର ଉଦ୍‌ଗାତା ଯୋଗଦାନ କରିଥିଲେ । ଏହି ସଭାରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ପ୍ରଳୟ କୁମାର ଶତପଥି ଧନ୍ୟବାଦ ଦେଇଥିଲେ । ସମ୍ବଲପୁରର ବରିଷ୍ଠ କଳାକାର ଦିଲ୍ଲୀପ କୁମାର ଦେବଙ୍କୁ ‘ସଂପର୍କ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନିଲ୍ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସଂଜୀବ ଚାନ୍ଦ, ମାନସ ସାହୁ, ପୁଷ୍ପା ବିଶୋଇ ଓ ସୁରଭି ରଣା ମଂଚ ପରିଚାଳନାରେ ସହାୟତା କରିଥିଲେ । ପରେ ପରେ ଶ୍ରୀ କଲ୍‌ଚରାଲ ଆସୋସିଏସନ୍‌, ସମ୍ବଲପୁରର କଳାକାରମାନେ ନାଟକ ‘ସାଧନା’ ମଂଚସ୍ଥ କରିଥିଲେ । ନାଟକର ବିଷୟବସ୍ତୁ ,ଆଜିକାଲି ନାରୀ ନିର୍ଯ୍ୟାତନା ଚରମ ସୀମାରେ ଉପଗତ ହୋଇଛି । ନ୍ୟସ୍ତସ୍ୱାର୍ଥ କୌଣସି ଯୁବକର ଏସିଡ୍ ମାଡରେ କହିବା ଶୁଣିବା ଶକ୍ତି ହରାଇଥିବା ଜଣେ ଝିଅ କିପରି ନିଜର ସାଧନା ବଳରେ ପୁଣି ତା’ର ପୂର୍ବ ଜୀବନକୁ ଫେରି ପାଇଛି, ନିଜର କଳା ଚାତୁରୀ ଦ୍ୱାରା ପୁନଃ ଲୋକଙ୍କ ମୁଖରେ ହସ ଭରି ଦେଇଛି, ତାହା ହିଁ ଉପସ୍ଥାପିତ ହୋଇଛି ଏହି ନାଟକରେ । ଏହି ନାଟକର ରଚୟିତା ହେଉଛନ୍ତି ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟରଞ୍ଜନ ବେହେରା । ଆଖିଝଲସା ଆଲୋକ ସଂପାତ, ସୁଲଳିତ ସମ୍ବଲପୁରୀ ସଂଳାପ ସହିତ ଉଚ୍ଚକୋଟୀର ନିର୍ଦ୍ଦେଶନା ଓ ବଳିଷ୍ଠ ଆବେଗ ଭରା କାହାଣୀ ଦର୍ଶକଙ୍କୁ ଦେଢ ଘଣ୍ଟା କାଳ ବାନ୍ଧି ରଖିଥିଲା । ନାଟକ ପରେ ପରେ ଦର୍ଶକ ପ୍ରତିଯୋଗିତାରେ ଅନେକ ଦର୍ଶକ ଭାଗ ନେଇ ନିର୍ଦ୍ଦେଶକଙ୍କୁ ଉପଯୁକ୍ତ ପ୍ରଶ୍ନ ପଚାରିଥିଲେ । 

ଆସନ୍ତା କାଲି ପ୍ରାଙ୍ଗଣ ପାଟନା, ବିହାରର କଳାକାରମାନେ ମଞ୍ଚସ୍ଥ କରିବେ ନାଟକ ‘ଅତୀତ କେ ବାତାୟନ’ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ହେଲା ପ୍ରଦର୍ଶନ 

Sunil Chandra Nayak

ସ୍ବସ୍ତି ଝଙ୍କାର, ରାଉରକେଲା  ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ  “ନାଟ୍ୟମ” ଅନୁଗୁଳର ନାଟକ  “ତ୍ରିଶଙ୍କୁ “ମଞ୍ଚସ୍ଥ 

masiha

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ”

Leave a Comment

error: Content is protected !!