ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକଟା ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା

ଝାରକଟା ଉପ୍ରା ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ମେଳା 

କଟକ : କଟକ ସଦର ବୟାଳିଶମୌଜା ଝାରକଟା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ସରକାରଙ୍କ ‘ରା’ କାର୍ଯ୍ୟକ୍ରମ ଆଧାରରେ ବିଜ୍ଞାନ ଓ ଗଣିତ କ୍ଲବ ଗଠନ କରାଯାଇ କୁଇଜ ତଥା ପ୍ରକଳ୍ପ ପ୍ରଦର୍ଶନୀ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଏସଏମସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ବେହେରା ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଉଭୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଦୈନନ୍ଦିନ ଜୀବନରେ ବିଜ୍ଞାନ ଓ ଗଣିତର ଆବଶ୍ୟକତା ବିଷୟରେ ସୂଚନା ଦେଇ ଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଳକା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l ଶିକ୍ଷକ ଆଲୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅନେକ ବିଜ୍ଞାନ ଭିତ୍ତିକ ତଥ୍ୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ଏସଏମସି ର ସଦସ୍ୟ ସଦସ୍ୟା ତଥା ଅନେକ ଅଭିଭାବକ ସମ୍ମିଳିତ ହୋଇଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମସିହା ର ପ୍ରଭାବରେ ଓ ଡାକ୍ତର ଅସିତ କୁମାର ସାହୁଙ୍କ ସହଯୋଗରେ ସିନ୍ଦ୍ର ମାଝୀ ଆଖି ଅସ୍ତ୍ରୋପଚାର

Sunil Chandra Nayak

ସଂସ୍କୃତ ମହାବିଦ୍ୟାଳୟରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ

masiha

ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ 

masiha

Leave a Comment

error: Content is protected !!