ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତଙ୍କ ମାତୃ ବିୟୋଗ 

ଶିକ୍ଷାବିତଙ୍କ ମାତୃ ବିୟୋଗ 

କଟକ : କଟକ ସଦର ବୟାଳିଶମୌଜା ଝାରକଟା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ମାତା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଯୁଗଳ କିଶୋର ଦାଶଙ୍କ ଧର୍ମପତ୍ନୀ ତଥା ଧର୍ମପ୍ରାଣା ମହିଳା ରାଣୁବାଳା ଦାଶ(୭୪)ଙ୍କ ନିଜ ବାସ ଭବନରେ ପରଲୋକ ଗମନ ଘଟିଛି l ସେ ଦୀର୍ଘ ତିନି ମାସ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ l ତାଙ୍କ ଜ୍ୟେଷ୍ଠ ପୁତ୍ର ଶିକ୍ଷାବିତ୍ ଜିତେନ କୁମାର ଦାଶ ଝାରକଟା ଉ.ପ୍ରା. ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ମଧ୍ୟମ ପୁତ୍ର ମନୋରଞ୍ଜନ ଶିକ୍ଷକ ଭାବେ ଓ କନିଷ୍ଠ ପୁତ୍ର ଦୀପକ କୁମାର ଦାଶ ଖ୍ରୀଷ୍ଟ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଟନ୍ତି l ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସଂସ୍କାର କରାଯାଇଥିବା ବେଳେ କନିଷ୍ଠ ପୁତ୍ର ଦୀପକ କୁମାର ମୁଖାଗ୍ନି ଦେଇ ଥିଲେ l ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

Sunil Chandra Nayak

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ଦୈନିକ ସମ୍ବାଦପତ୍ର ସତ୍ୟପତ୍ର ଉନ୍ମୋଚନ ପର୍ବ ଓ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!