ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

ସୁନ୍ଦରଗଡ଼, ୨୮/୦୩/୨୫: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ତୀର୍ଥଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଏବଂ ବାରାଣାସୀ ଅଭିମୁଖେ ଯାତ୍ରା କରିବେ। 

ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ପରିସରରେ ବିଭିନ୍ନ ବ୍ଲକରୁ ଆସିଥିବା ତୀର୍ଥ ଯାତ୍ରୀ ମାନଙ୍କର ବସକୁ ଜିଲ୍ଲାପାଳ ଶ୍ରୀ ମନୋଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ନିରଞ୍ଜନ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାରୁ ମୋଟ ୧୮୦ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ସୁନ୍ଦରଗଡ଼ ସବ ଡିଭିଜନର ତୀର୍ଥଯାତ୍ରୀ, ରାଉରକେଲା ଠାରେ ପାନପୋଷ ସବ ଡିଭିଜନର ତୀର୍ଥଯାତ୍ରୀ ଏବଂ ବଣାଇ ଠାରେ ବଣାଇ ସବ ଡିଭିଜନର ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭୂମୀ ହିନ ଙ୍କୁ ଜମି ପଟ୍ଟା ବାଣ୍ଟିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!