ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ବାଟିକା ବିଦ୍ୟାଳୟ ପାଇଁ ତାଲିମ ଶିବିର ଆୟୋଜନ,ଭାଗନେଲେ ୧୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ଶିଶୁ ବାଟିକା ବିଦ୍ୟାଳୟ ପାଇଁ ତାଲିମ ଶିବିର ଆୟୋଜନ,ଭାଗନେଲେ ୧୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ରାଜ୍ୟ ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ଚଳିତ ଶିକ୍ଷା ବର୍ଷ ରୁ ଶିଶୁ ବାଟିକା ପ୍ରାରମ୍ଭିକ ବିଦ୍ୟାଳୟ ଆରମ୍ଭ ହେବ। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଶୁ ବାଟିକା ରେ ୫ ବର୍ଷ ଶିଶୁ ଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ। କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ତାଲିମ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଜବାହାର ଉଚ୍ଚ ବିଦ୍ୟାଳୟ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡା ଓ କାଉଡୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତିନିଦିନ ଧରି ଶିଶୁ ବାଟିକା ବିଦ୍ୟାଳୟ ପାଇଁ ତାଲିମ ଶିବିର ରେ ୧୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଛନ୍ତି।

କୋକସରା ବିଇଓ ମହେଶ କୁମାର ଭାଟି, ବିଆରସିସି ତୋଫାନ ମାଝୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ତାଲିମ ଶିବର ଆୟୋଜିତ ହୋଇଯାଇଛି। ଏହି ତାଲିମ ଶିବର ରେ ସାଧନା କର୍ମି ଗୋବର୍ଦ୍ଧନ ବେମାଲ, ଲୋକନାଥ ଶବର,ରତ୍ନାକର ବେମାଲ, ସୁବାଷ ଚନ୍ଦ୍ର ଶବର,ଅମୀୟ କୁମାର ଜେନା, ଉମାଶଙ୍କର ସତନାମୀ, ସୁମନ୍ତ କୁମାର ଠାକୁର,ଚମ୍ପେଶ୍ୱର ନାଏକ, ସଞ୍ଜୟ କୁମାର ପୁଝାରି, ଯତୀନ୍ଦ୍ର କୁମାର ସାହୁ,ଦିଲୀପ କୁମାର ସାହୁ,ଯଶୋଧରା ବାଗ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବାଳ ବାଟିକା ଶ୍ରେଣୀ ରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ନେଇ ପ୍ରଶିକ୍ଷଣ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

masiha

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

Leave a Comment

error: Content is protected !!