ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିବାହାଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

ହିଞ୍ଜିଳିବାହାଲି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

ଜୁନାଗଡ଼,୨୯/୩.( ମନୀ ସ):ଜୁନାଗଡ଼ ଗୋଷ୍ଠୀ ଶିକ୍ଷା ଅଧୀନ ହିଞ୍ଜିଳିବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତୀ ବର୍ଷ ଭଳୀ ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜୁନାଗଡ଼ ଗୋଷ୍ଠି ଶିକ୍ଷା ଅଧିକାରୀ ତପନ କୁମାର ମାଝୀ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ଏ ବି ଓ ସୁଶାନ୍ତ ଠାକୁର ଏସ ଏମ ସି ଚେରମେନ୍ କ୍ଷେତ୍ରମଣି ଚନ୍ଦନ ,୧ ନଂ କାଉନସିଲାର୍ ଗୋପାଲ ଚନ୍ଦନ, ଜୁନାଗଡ଼ ସାମ୍ୱାଦିକ ସଂଘ ସଭାପତି ଖଗେଶ୍ବର ଧ. ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସଂଯୁକ୍ତା ସାହୁ, ସରଜ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ସଂପୃକ୍ତ ଆୟୋଜିତ ଉତ୍ସବରେ ବିଦ୍ୟାଳୟରେ ପୁରସ୍କାର ବିତରଣ ନେଇ ଏକ ପ୍ରତିଯୋଗିତା ରଖାଯାଇ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପୁରସ୍କାର ବିତରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ , ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ 

masiha

୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭୋପାଳ ଯାତ୍ରା କରିଥିବା ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!