ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

ଜୁନାଗଡ଼,୩୦/୩(ମନୀସ)ଶିକ୍ଷକ ଭବିଷ୍ୟତ ଗଢିବାର ବିନ୍ଧାଣି, ଶିକ୍ଷକମାନେ ଅନେକ ବାଧାବିଘ୍ନକୁ ସାମ୍ନା କରିବା ସହିତ ପରିବାରକୁ ଜଳାଞ୍ଜଳି ଦେଇ ଆଗାମୀ ଭବିଷ୍ୟତ ଗଢିବାର ଲାଗିପଡ଼ନ୍ତି । କିନ୍ତୁ ଆଜି ବି ଶିକ୍ଷକ ମାନେ ଅବହେଳିତ ଭାବେ ରହୁଛନ୍ତି । ଶିକ୍ଷକ ରାଜା ନୁହଁନ୍ତି କିନ୍ତୁ ରାଜାକୁ ତିଆରି କରିବାର ମୁଖ୍ୟ ନାୟକ ଅଟନ୍ତି । ସେହିଭଳି ଆଗାମୀ ଭବିଷ୍ୟତ ଗଢିବାର ବିନ୍ଧାଣି ହେଉଛିନ୍ତି ଶିକ୍ଷକ । ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ବିଭିନ୍ନ ଦାବୀ କୁ ସମ୍ମାନ ଜଣାଇବା ସହିତ ମଞ୍ଜୁର କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ସଂସ୍କୃତି ଭବନ ଠାରେ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଜୁନାଗଡ଼ ବ୍ଲକ ସଭାପତି ସରୋଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ । ପରେ ଜୁନାଗଡ଼ ବ୍ଲକ ଶିକ୍ଷକ ସଂଘ ର କର୍ମକର୍ତା ନିର୍ବାଚନ ହୋଇଥିଲା । ଏଥିରେ ସଭାପତି ଭାବେ ଶାନ୍ତନୁ କୁମାର ମାଝୀ, ସମ୍ପାଦକ ଭାବେ ଲଳିତ ମୋହନ ନେଗି ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଅଶୋକ କୁମାର ମୁଣ୍ଡ ,ବିଜ୍ଞାନ ଆଲୋକ ସାହୁ ,ଯୁଗ୍ମ ସମ୍ପାଦକ ସମରେନ୍ଦ୍ର ଶେଖର ଦାସ ,ଉପ ସଭାନେତ୍ରୀ ସୁନିତା ଆଚାରି ,ଯୁଗ୍ମ ସମ୍ପାଦକ ଲକ୍ଷ୍ମନ ପୁଝାରି , କାଲୁ ଚରଣ ମହାରଣା ,ବ୍ଲକ ସଂଗଠକ ନନ୍ଦି କିଶୋର ନ।ଏକ ,କୋଷ।ଧକ୍ଷ ସିତେସ କୁମାର ପାଢୀ ରହିଥିବା ବେଳେ ଉପଦେଷ୍ଟା ଭାବେ ବରିଷ୍ଠ ଶିକ୍ଷକ ସୁନୀଲ ମେହେର ,କମଳ ବାଗ ,ବିଷ୍ଣୁ ବଲ୍ଲଭ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିଲେ ।କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଜଗନ୍ନାଥ ମୁଣ୍ଡ ପରିଚାଳନା କରିଥିବାବେଳେ ଲଳିତ ମୋହନ ନେଗି ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର  ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

Sunil Chandra Nayak

ମଥାନୀ ବାଳାଶ୍ରମକୁ ଡ଼ିସିପିଓଙ୍କ ଅଚାନକ ଗସ୍ତ

masiha

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

Sunil Chandra Nayak

Leave a Comment

error: Content is protected !!