ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

ରାଉରକେଲା: ଅବସରପ୍ରାପ୍ତ ପୁଲିସ ଅଫିସର୍ ୱଲଫେୟାର ସଂଘର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ବିଶ୍ବ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ଡ ସୁମନ ଦତ୍ତଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟ ଅତିଥି ଭାବେ ଡିଆଇଜି ବ୍ରିଜେଶ ରାୟ, ସମ୍ମାନିତ ଅତିଥି ଭାବେ ରାଉରକେଲା ଏସପି ନିତେଶ ୱାଧୱାନୀ ଓ ସୁଶିଲ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ରାୟ ପୁଲିସ ବିଭାଗର ଦାୟିତ୍ଵବୋଧ,କର୍ମ ପ୍ରତିବଦ୍ଧତା ଓ ଆଗାମୀ ଦିନର ଆହ୍ବାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏସପି ଶ୍ରୀ ୱାଧୱାନୀ ଶାରିରୀକ ସୁସ୍ଥତା କୁ ଗୁରୁତ୍ୱାରୋପ କରି ଏକ ଘଣ୍ଟା ବ୍ୟାୟାମ ଓ ପୁଲିସ କିପରି ସମାଜ ସେବା ପାଇଁ ଅଭିପ୍ରେତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଡାକ୍ତର ବିଶ୍ବଜିତ ମହାପାତ୍ର ସ୍ବାସ୍ଥ୍ୟ ସମ୍ପର୍କୀତ, ଏସବିଆଇ ର ଏଜିଏମ ରଶ୍ମିରଞ୍ଜନ ନାୟକ ସାଇବର କ୍ରାଇମ ମାଧ୍ୟମରେ ଠକେଇ,ଲାୟନ ଦେବଦତ୍ତ ମିଶ୍ର ଆର୍ଥିକ ଅଭିବୃଦ୍ଧି,ଟିପିଡବ୍ଲୁଓଡିଏଲ ର ଅଧିକାରୀ ମୃତ୍ୟୁଞ୍ଜୟ ମହାକୁଳ ସୋଲାର ଶକ୍ତିର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ତରଫରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଶତାଧିକ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ପ୍ରାରମ୍ଭରେ ଦୁଇ ସଦସ୍ୟ ହାଡିବନ୍ଧୁ ଦାସ ଓ ଚିତ୍ତରଞ୍ଜନ ଦାସ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନ ତରଫରୁ ଏକ କାର୍ଯ୍ୟାଳୟ ଓ ଅବସର ପରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟଅତିଥି ପାଖରେ ଆବେଦନ କରାଯାଇଥିଲା। ଏହି ଅବସରରେ ପ୍ରାକ୍ତନ ପୁଲିସ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଙ୍କୁ ସାହିତ୍ୟ ବନ୍ଧୁ ସମ୍ମାନ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୁଲିସ ପରିବାରର ସଦସ୍ୟ ଓ ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ କର୍ମଶାଳା ଅନୁଷ୍ଠିତ

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

ଆଦିବାସୀ ଝିଅ ଗୁଆଡ଼ି ଛେଳି ଚରାଳିରୁ ସମାଜ ପରିବର୍ତ୍ତନକାରି , ଜିଲ୍ଲା ପ୍ରଶାସନ ଦ୍ୱାରା ହେଲେ ପୁରସ୍କୃତ 

masiha

Leave a Comment

error: Content is protected !!