ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ -୨୦୨୫ ଅନୁଷ୍ଠିତ 

ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ -୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ : ତା.୩୦.୦୩.୨୦୨୫ ରିଖ: ଖମାର ସାହିସ୍ଥିତ ସଙ୍ଗୀତମ ନୃତ୍ଯ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତମ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲଠାରେ ଅୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖ୍ୟାତନାମା ବିଶିଷ୍ଟ ନୃତ୍ୟଗୁରୁ ସୁବାଶ ଚନ୍ଦ୍ର ସ୍ୱାଇଁ,ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରପତି ସ୍କାଉଟ୍ ,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ,ବିଶିଷ୍ଟ ଶିକ୍ଷାବିତ୍,ଭ୍ରାମ୍ୟମାଣ ଅବୈତନିକ ସାମାଜିକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ତଥା ସମ୍ବାଦଦାତା ଡକ୍ଟର ଦେବୀପ୍ରସାଦ ମିଶ୍ର ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସମାଜସେବିକା ତଟିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।ମଞ୍ଚାସିନ ଅତିଥି ବୃନ୍ଦ ସ୍ଵୀୟ ଅଭିଭାଷଣରେ ସଙ୍ଗୀତ ଓ ନୃତ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଏକ ବିଜ୍ଞାନ ସମ୍ମତ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନକାରୀ ମହୋଷଧି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ସଭାପତି ରୂପାଲି ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମଙ୍ଗଳା ଚରଣ ନମାମି ବିଘ୍ନ ବିନାଶକ ପ୍ରଦର୍ଶନ ହୋଇଥିଲା। ପରେ ପରେ ବର୍ଣ୍ଣାଢ଼୍ୟ ବିଚିତ୍ରା ରଙ୍ଗାରଙ୍ଗ କାଯ୍ୟକ୍ରମ ମଧ୍ୟରେ ଏକକ, ଦଳଗତ,ଶାସ୍ତ୍ରୀୟ,ସହ ଶାସ୍ତ୍ରୀୟ,ଓଡ଼ିଶୀ,ସମ୍ବଲପୁରୀ ବିଭିନ୍ନ ଲୋକନୃତ୍ୟ ଆଦି ବିଭିନ୍ନ ପ୍ରକାର ନୃତ୍ୟ ପରିବେଶିତ ହୋଇଥିଲା। ଏଥିରେ ଶତାଧିକ ଶିଶୁ ଓ ଯୁବ ନୃତ୍ୟ ଶିଳ୍ପୀ ସେମାନଙ୍କର ପିତାମାତାଙ୍କ ସହ ଉପସ୍ଥିତ ରହି ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମଣ୍ଡଳୀଙ୍କୁ ବିମୋହିତ କରିଥିଲେ।କାର୍ଯ୍ୟକ୍ରମକୁ ବଳିଷ୍ଠ ସଂଯୋଜନା ତଥା ପରିଚାଳନା କରୁଥିଲେ ଚନ୍ଦନ କୁମାର ନାୟକ ଓ ସଂଚାଳକ ସହଯୋଗୀ ଦିପ୍ତିଶ କୁମାର ଶତପଥି। ଅନୁଷ୍ଠାନର ସଭାପତି ରୂପାଲି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ଉମୁରାହାଣ୍ଡି ଗ୍ରାମର ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ମାନଙ୍କ ସମସ୍ୟା କୁ ସମାଧାନ କଲା ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!