ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କଳାହାଣ୍ଡି ଆନୁକୂଲ୍ୟରେ ସ୍ଥାନୀୟ କାମଠଣା (ଭବାନୀପାଟଣା ) ନର୍ସିଂ ମହାବିଦ୍ୟାଳୟ ଠାରେ ଏପ୍ରିଲ ୨୫ ତାରିଖ ଦିନ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି।ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ), କଳାହାଣ୍ଡି, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ ), ଅଧ୍ୟକ୍ଷା, ନର୍ସିଂ ମହାବିଦ୍ୟାଳୟ, କାମଠଣା, ଜିଲ୍ଲା ଜନସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗଦାନ କରି ମ୍ୟାଲେରିଆ ରୋଗର ଭୟାବହତା ଉପରେ ଆଲୋକପାତ କରି ଥିଲେ..।

ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସନ୍ତୋଷ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମ୍ୟାଲେରିଆ ସୁପରଭାଇଜର, ଜୁନାଗଡ଼ ପ୍ରିୟରଞ୍ଜନ ମୁଣ୍ଡ ସ୍ୱାଗତ ଅଭି ଭାଷଣ ରଖି ଥିବା ସହିତ ମଶାରୀ ବ୍ୟବହାର ସଚେତନତା ଉପରେ କବିତା ମାଧ୍ୟମରେ ଉପସ୍ଥାପନା କରିଥିଲେ..।

ନର୍ସିଂ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ମ୍ୟାଲେରିଆ ନିରାକରଣ ଉପରେ ଏକାଙ୍କିକା ପରିବେଷଣ କରା ଯାଇ ଥିଲା.. ଜିଲ୍ଲା ର ସମସ୍ତ ବ୍ଲକ ର ସମସ୍ତ ମ୍ୟାଲେରିଆ କର୍ମୀ ଙ୍କୁ ବିଗତ ବର୍ଷ ର ସଫଳ କାର୍ଯ୍ୟ ପାଇଁ ଜିଲ୍ଲା ତରଫରୁ ପୁରସ୍କୃତ କରାଯାଇଥିଲା.

କାର୍ଯ୍ୟକ୍ରମ ଶେଷ ରେ ମ. ରାମପୁର ସୁପରଭାଇଜରର ଜ୍ଞାନେନ୍ଦ୍ର ଭୋଇ ମ୍ୟାଲେରିଆ ଉପରେ ଘୁମୁରା ଗୀତ ଗାଇ ଥିବା ବେଳେ ଅନ୍ୟତମ ସୁପରଭାଇଜର ବିଶ୍ୱନାଥପୁର ସଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

ଯୁବରେଡକ୍ରସ ତରଫରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ : ପ୍ରତ୍ୟେକ କ୍ଷେତ୍ରରେ ଅସମାନତା ଦୂର ହେଉ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପ୍ରତି ସୁଦୃଷ୍ଟି ପଡିଲା :ଡାକ୍ତର ଷ୍ଟାଫ ନର୍ସ ଫାର୍ମାସିଷ୍ଟ ଓ ଲାବୋରାଟୋରି ଟେକ୍ନିସିଅନ ଦେଲେ

Sunil Chandra Nayak

Leave a Comment

error: Content is protected !!